Titilagarh Anubhab on Human Sagar Photograph: (OTV)
ଆରମ୍ଭ ହେବ କି ହ୍ୟୁମାନଙ୍କ ମୃତ୍ୟୁ ତଦନ୍ତ ? ଅଭିନେତା ଅନୁଭବ କଲେ ହ୍ୟୁମାନଙ୍କ ମୃତ୍ୟୁ ତଦନ୍ତ ଦାବି ? ହ୍ୟୁମାନଙ୍କୁ କେହି କରୁଥିଲେ କି ବ୍ୟବହାର ? ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ମାସେ ହେବାକୁ ବସିଲାଣି । ତଥାପି ସସପେନ୍ସ ଲାଗି ରହିଛି । ପୂର୍ବରୁ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବାକୁ ନେଇ ଦାବି କରିଥିବା ବେଳେ ଏବେ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି, ହ୍ୟୁମନ୍ ମୃତ୍ୟୁ ପଛରେ କିଏ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଟିଟିଲାଗଡ଼ରେ ହ୍ୟୁମାନ ସାଗରଙ୍କ କବର ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ପାଇଁ ଚିଠି ଲେଖିସାରିଛି ବୋଲି କହିଛନ୍ତି ଅନୁଭବ ।
ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆଜି ଟିଟିଲାଗଡ଼ରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ଅବସରରେ ହ୍ୟୁମାନଙ୍କ ମାଆଙ୍କୁ ଭେଟିଥିଲେ ଅଭିନେତା ଅନୁଭବ । ପରେ ହ୍ୟୁମାନଙ୍କୁ ନେଇ ନିଜର ମତ ରଖିଥିଲେ । ଅନୁଭବଙ୍କ କହିବା କଥା, ହ୍ୟୁମାନ ଅନେକ କଷ୍ଟରେ ଥିଲେ । ମନରେ ବହୁତ କିଛି ଚାପି କି ରଖିଥିଲେ । ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଅନୁଭବଙ୍କ ବୟାନ ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା କରିଛି । ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ଦୋହରାଇଛନ୍ତି ଅନୁଭବ ।
ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ୨ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ହ୍ୟୁମାନଙ୍କ ମାଆ । ଦେହ ଖରାପ ସତ୍ବେ ହ୍ୟୁମାନଙ୍କୁ ଷ୍ଟେଜ ସୋ’ ପାଇଁ ବାଧ୍ୟ କରାଯାଉଥିଲା । ଡାକ୍ତର ନ ଦେଖାଇ ପଇସା ଲୋଭରେ ତାଙ୍କୁ ବ୍ୟବହାର କରାଯାଉଥିବା କଥା କହିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/07/titilagarh-anubhab-on-human-sagar-2025-12-07-19-33-56.jpg)