susanta
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲା ମାସେ। ଜୁନ୍ ୧୪ ଅର୍ଥାତ୍ ଆଜି ଦିନରେ ସୁଶାନ୍ତଙ୍କ ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏନେଇ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗି ପଡ଼ିଥିଲେ। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଙ୍କିତା ଗତ ମାସେ ହେଲା କୌଣସି ସୋସିଆଲ ମିଡିଆରେ ଆକ୍ଟିଭ ନଥିଲେ। ପ୍ରଥମ ଥର ପାଇଁ ଅଙ୍କିତା ସୋସିଆଲ ମିଡ଼ିଆରେ ନଜର ଆସିଛନ୍ତି।
ଅଭିନେତ୍ରୀ ଅଙ୍କିତା ଏକ ମାସ ପରେ ଅର୍ଥାତ୍ ସୁଶାନ୍ତ ସିଂଙ୍କ ଦେହାନ୍ତରେ ଭଗବାନଙ୍କ ପାଖରେ ଏକ ଦୀପ ଜଳୁଥିବାର ଫଟୋକୁ ଶେୟାର କରିଛନ୍ତି। ଦୀପର ଏହି ଫଟୋକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ଭଗବାନଙ୍କ ଶିଶୁ’। ଅଙ୍କିତାଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପୋଷ୍ଟରେ ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susanta-1_1626698452.jpg)