amitab
ମୁମ୍ୱାଇ: ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି। ଏବେ ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ଜଣେ ଝିଅକୁ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ଟୁଇଟ୍ କରି ଗୀତ ଗାଉଥିବା ଝଅକୁ ପ୍ରଶଂସା କରି କହିଥିଲେ ଯେ 'ସେ ଜଣେ ବିଶେଷ ପ୍ରତିଭା'। ଅମିତାଭଙ୍କ ଠାରୁ କପ୍ଲିମେଣ୍ଟ ପାଇବା ପରେ ଝିଅଟି ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି।
ଅମିତାଭଙ୍କ ଏହି ଟୁଇଟ୍ ରାତାରାତି ଆର୍ଯ୍ୟାଧାୟଲଙ୍କୁ ଲୋକପ୍ରିୟ କରିଥିଲା। ଏନେଇ ଆର୍ଯ୍ୟା ମଧ୍ୟ ଅମିତାଭଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି 'ଏହା ଆପଣଙ୍କ ପାଇଁ ମୋର ଭଲପାଇବା। ଅମିତାଭ ବଚ୍ଚନ ସାର୍ ମୋର ଗୀତ ଶେୟାର କରିଛନ୍ତି। ମୋତେ ବହୁତ ଖୁସି ଲାଗୁଛି। କେବେ ସ୍ୱପ୍ନରେ ବି ଭାବି ନଥିଲି ଯେ ଅମିତାଭ ସାର୍ ମୋ ଗୀତକୁ ଶୁଣିବେ। ଯେଉଁମାନେ ମୋତେ ଏପରି କାମରେ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ମଧ୍ୟ ଅନେକ ଧନ୍ୟବାଦ।'
ଆର୍ଯ୍ୟା ନିଜର ଗୀତ ପାଇଁ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ହଜାର ହଜାର ପ୍ରଶଂସକ ଅଛନ୍ତି। ତାଙ୍କ ଭିଡିଓରେ ପାଶ୍ଚାତ୍ୟ ସଙ୍ଗୀତର ମିଶ୍ରଣ ଶୁଣିବାକୁ ମିଳେ। ଆର୍ଯ୍ୟାଙ୍କ ଏପରି ଏକ ଭିଡିଓ ମଧ୍ୟ ଅମିତାଭ ବଚ୍ଚନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଭିଡିଓକୁ ଶେୟାର କରି ବିଗ୍ ବି ଲେଖିଥିଲେ, 'ମୋର ମ୍ୟୁଜିକ୍ ସାଙ୍ଗ ଓ ପ୍ରିୟ ବନ୍ଧୁମାନେ ମୋ ପାଖକୁ ଏହି ଭିଡିଓ ପଠାଇଥିଲେ। ମୁଁ ଜାଣିନି ଏ କିଏ? କିନ୍ତୁ ମୁଁ ଏତିକି କହିପାରିବି, ତୁମେ ଜଣେ ବିଶେଷ ପ୍ରତିଭା,ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ। ଏହିପରି ଭଲ କାମ ଜାରି ରଖନ୍ତୁ। ତୁମର ଏଭଳି ଗୀତ ଶୁଣି ହସ୍ପିଟାଲରେ ମୋର ଦିନଟି ଖୁସିଭରା ହୋଇଗଲା। କର୍ଣ୍ଣାଟକ ଏବଂ ୱେଷ୍ଟର୍ଣ୍ଣ ପପ୍ର ମିଶ୍ରଣ ଜବରଦସ୍ତ।'
ସାଧାରଣତଃ, ଅମିତାଭ ବଚ୍ଚନ ଏହିପରି ନୂତନ ପ୍ରତିଭାମାନଙ୍କୁ ସର୍ବଦା ଉତ୍ସାହିତ କରିଥାନ୍ତି। ଏବେ କରୋନା ପଜିଟିଭ୍ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ଅପେକ୍ଷା ଭଲ ରହିଛି ଏବଂ ଆଶା କରାଯାଉଛି ଯେ ସେ ଶୀଘ୍ର ଡିସଚାର୍ଜ ହୋଇ ଘରକୁ ଫେରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amitab-1_1625515457.jpg)