amitabh
ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍ କାମ ହେଇଥାଏ । ଯେମିତି କି ‘ସେଲଫି’ ।
ଏହି ଶବ୍ଦକୁ ହିନ୍ଦିରେ କଣ କହିବା ବୋଧେ କେହି କେବେ ଜାଣିବାକୁ ଚେଷ୍ଟା କରନ୍ତିନି । କିନ୍ତୁ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଏହି ଶବ୍ଦର ଅର୍ଥ କହିଛନ୍ତି । ବିଗ୍ ବି ‘ସେଲଫି’ର ହିନ୍ଦି ଭର୍ସନ ବିଷୟରେ କହିଛନ୍ତି ।
ଅମିତାଭ ‘ସେଲଫି’ର ଅର୍ଥ କହିବା ସହ ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ଏବଂ ଏହାର କ୍ୟାପସନରେ ‘ସେଲଫି’ର ହିନ୍ଦି ଅର୍ଥ କଣ ହେବ ଦର୍ଶାଇଛନ୍ତି। ଲେଖିଛନ୍ତି – ‘ବ୍ୟକ୍ତିଗତ ଦୂରଭାଷିତ ଯନ୍ତ୍ରରୁ ହସ୍ତ ଉତ୍ପାଦିତ ସ୍ୱଚିତ୍ର ’,
ଉଲ୍ଲେଖନୀୟ ଯେ , ନିକଟରେ ୭୭ ବର୍ଷିୟ ଅମିତାଭଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପୁରସ୍କୃତ କରାଯାଇଛି।
ଏହା ପୂର୍ବରୁ ଅମିତାଭଙ୍କୁ ସରକାର ୧୯୮୪ରେ ପଦ୍ମଶ୍ରୀ , ୨୦୦୧ରେ ପଦ୍ମ ଭୂଷଣ ଓ ୨୦୧୫ରେ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amitabh_1626688878.jpg)