ଏବେ ପିଆଜ ମହଙ୍ଗା ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପିଆଜରେ ତିଆରି ଇୟର ରିଂ ପୁଣି ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ସୋଶାଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ପୋଷ୍ଟ କରିଥାନ୍ତି, ଯାହାକୁ ନେଇ ଲୋକେ ବହୁତ ମଜା ଉଠାଇଥାନ୍ତି । ଏଥର ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପିଆଜରେ ତିଆରି ଇୟର ରିଙ୍ଗସ୍ ପୋଷ୍ଟ କରିଛନ୍ତି । ଆଉ ସବୁଠୁ ମଜାଦାର କଥା ଯେ ଏହି ଇୟର ରିଙ୍ଗସ ତାଙ୍କ ସ୍ୱାମୀ ଅକ୍ଷୟ କୁମାର ତାଙ୍କୁ ଦେଇଛନ୍ତି।
ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଫଟୋରେ ଏକ ଯୋଡ଼ା ଇୟରର ରିଙ୍ଗସ ଅଛି, ଯେଉଁଥିରେ ପିଆଜ ଲାଗିଛି । ଏହି ଫଟୋକୁ ସେୟାର କରି ଟ୍ୱିଙ୍କଲ ଲେଖିଛନ୍ତି ଯେ, କପିଲ ଶର୍ମାଙ୍କ ସୋ’ରେ ଫିଲ୍ମ ‘ଗୁଡ୍ନ୍ୟୁଜ୍’ର ପ୍ରମୋସନ ସମୟରେ ଏହି ଇୟରରିଙ୍ଗସ କରୀନଙ୍କୁ ଦିଆଯାଇଥିଲା , ସେ ଏହାକୁ ପସନ୍ଦ କରିନଥିଲେ। ଅକ୍ଷୟ ଏହାକୁ ଟ୍ୱିଙ୍କଲଙ୍କ ପାଇଁ ନେଇଯାଇଥିଲେ । ଏବଂ ପତ୍ନୀ ଟ୍ୱିଙ୍କଲଙ୍କୁ କହିଥିଲେ , ମୁଁ ଜାଣିଥିଲି ତୁମେ ଏହାକୁ ବହୁତ ପସନ୍ଦ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Akshay-Kumar-Gifts-Twinkle-Khanna-A-Pair-Of-Onion-Earrings-iDiva-Lead_5df369bf786bb_1626687329.jpg)