Advertisment

ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ କଣ କହିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍‌ରେ। କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ଏହି ଘଟଣାକୁ ନେଇ ବଲିଉଡର […]

ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ କଣ କହିଲେ ଅକ୍ଷୟ କୁମାର

elephant

Advertisment

ନୂଆଦିଲ୍ଲୀ: ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍‌ରେ।

Advertisment

କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ଏହି ଘଟଣାକୁ ନେଇ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ଦୁଃଖପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ମଧ୍ୟ ଦାବି କରିଛନ୍ତି।

Advertisment

ଏନେଇ ଅକ୍ଷୟ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ‘ ବୋଧହୁଏ ପଶୁମାନେ ଟିକେ କମ୍‌ ଜଙ୍ଗଲୀ ଓ ମଣିଷମାନଙ୍କର ମାନବିକତା ମଧ୍ୟ କମ୍‌ ରହିଛି। ହାତୀ ସହ ଯାହା ଘଟିଲା ତାହା ଦୃଦୟ ବିଦାରକ ଘଟଣା। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌।

ଗର୍ଭବତୀ ହାତୀ ସହିତ ଏଭଳି ଅମାନୁଷିକ ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତ୍ରୀବ ଅସନ୍ତୋଷ ଦେଖାଯାଇଛି। ଏହି ଘଟଣାକୁ ନେଇ ସ୍ୱରା ଭାସ୍କର, ଚିତ୍ରଙ୍ଗଡା ସିଂ, ଅନୁଷ୍କା ଶର୍ମା, ପୂଜା ଭଟ୍ଟ, ଅନନ୍ୟା ପାଣ୍ଡେ ଭଳ ଅନେକ ବଲିଉଡ କଳାକାର ଦୁଃଖପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ