Advertisment

ଭାରତୀଙ୍କ ପରେ ଗିରଫ ହେଲେ ସ୍ୱାମୀ ହର୍ଷ

ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍‌ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍‌ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି […]

ଅଦ୍ୟତନ ହୋଇଛି
ଭାରତୀଙ୍କ ପରେ ଗିରଫ ହେଲେ ସ୍ୱାମୀ ହର୍ଷ

bharati

Advertisment

ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି।

Advertisment

୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍‌ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍‌ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି ହଲିଡେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଉଭୟ ଗଞ୍ଜେଇ ବ୍ୟବହାର କରୁଥିବା କଥା ସ୍ୱୀକାର କରିଛନ୍ତି। 

Advertisment

କିଛି ଦିନ ତଳେ ଅନ୍ଧେରୀରୁ ଜଣେ ଡ୍ରଗ୍ସ ପେଡ୍‌ଲରଙ୍କୁ ଏନ୍‌ସିବି ଗିରଫ କରିବା ପରେ ଜେରା ସମୟରେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ଏନ୍‌ସିବି ଗତକାଲି ସକାଳୁ ସକାଳୁ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରିଥିଲା।

ସୂଚନାଥାଉ କି, କିଛି ଦିନ ତଳେ ବଲିଉଡ୍‌ ପ୍ରଡ୍ୟୁସର୍‌ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଥିଲା। ରେଡ୍‌ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ