rhea chakraborty
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଲାଗି ଲୋକମାନେ ଦାବି କରିଛନ୍ତି। ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦକୁ ନେଇ ମଧ୍ୟ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଲୋକମାନେ ଟାର୍ଗେଟ୍ କରିଛନ୍ତି। ସେମାନଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରିବାଠୁ ଆରମ୍ଭ କରି ସେମାନଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଛନ୍ତି। ଏସବୁ ଘଟଣାକୁ ନେଇ ବଲିଉଡ୍ର କିଛି ପ୍ରମୁଖ କଳାକାର ମାନେ ସାମୟିକ ଭାବେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବନ୍ଦ କରି ଦେଇଥିବା ଜଣାପଡ଼ିଛି।
/odishatv-khabar/media/post_attachments/wp-content/uploads/2020/06/rhea-chakraborty-1.jpg)
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ୧୪ ଦିନ ପୂରି ଯାଇଛି। ପୁଲିସ୍ ମଧ୍ୟ ଘଟଣାର ଛାନ୍ଭିନ୍ ଚଳାଇଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ତାଙ୍କର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ର କମେଣ୍ଟ୍ସ୍ ବିକଳ୍ପକୁ ବନ୍ଦ କରି ଦେଇଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ପରେ ଯଦି ବେଶୀ କେହି ଚର୍ଚ୍ଚାରେ ଥାନ୍ତି, ସେ ହେଉଛନ୍ତି ରିୟା। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପାଇଁ ଅନେକ ଲୋକ ରିୟାଙ୍କୁ ଦାୟୀ କରିଛନ୍ତି। ଖାଲି ଏତିକି ନୁହେଁ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି। ତେବେ ଏସବୁ ସମସ୍ୟାରୁ ମୁକୁଳିବା ପାଇଁ ରିୟା ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/06/rhea-chakraborty-2.jpg)
ରିୟା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ର ସେଟିଙ୍ଗ୍ରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଥିବା କମେଣ୍ଟସ୍ ଅପସନ୍କୁ ସେ ବନ୍ଦ କରି ଦେଇଛନ୍ତି। ଏବେ ଆଉ କେହିବି ତାଙ୍କ କୌଣସି ପୋଷ୍ଟରେ କମେଣ୍ଟସ୍ ଦେଇପାରିବେ ନାହିଁ। ହଠାତ୍ ରିୟାଙ୍କ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି।
https://www.instagram.com/p/CBaB-2bH_DA/?utm_source=ig_web_copy_link
କିଛିଦିନ ତଳେ ବାନ୍ଦ୍ରା ପୁଲିସ୍ ୯ଘଣ୍ଟା ଧରି ରିୟାଙ୍କୁ ପଚରାଉଚରା କରିଥିଲା। ରିୟାଙ୍କୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: ସତରେ କ’ଣ ସୁଶାନ୍ତଙ୍କ ଘରେ ଭୂତ ଥିଲେ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rhea-chakraborty_1626167301.jpg)