Advertisment

ଜଣାଶୁଣା ବଲିଉଡ୍ ଅଭିନେତା କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡର ଆଉ ଜଣେ ଆଗଧାଡ଼ିର ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ଆଫତାବ ଶିବଦଶାନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଖୋଦ୍ ଆଫତାବ ସୂଚନା ଦେଇଛନ୍ତି। ଡାକ୍ତର ଏବଂ ଅଥରିଟିଙ୍କ ପରାମର୍ଶ କ୍ରମେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନ୍ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଏହାର ସୂଚନା ଦେଇଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ଲାଗି ପରାମର୍ଶ ଦେଇଛନ୍ତି।   View this post on Instagram   […]

ଅଦ୍ୟତନ ହୋଇଛି
ଜଣାଶୁଣା ବଲିଉଡ୍ ଅଭିନେତା କରୋନାରେ ଆକ୍ରାନ୍ତ

aftab

Advertisment

ମୁମ୍ବାଇ: ବଲିଉଡର ଆଉ ଜଣେ ଆଗଧାଡ଼ିର ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ଆଫତାବ ଶିବଦଶାନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଖୋଦ୍ ଆଫତାବ ସୂଚନା ଦେଇଛନ୍ତି। ଡାକ୍ତର ଏବଂ ଅଥରିଟିଙ୍କ ପରାମର୍ଶ କ୍ରମେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନ୍ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଏହାର ସୂଚନା ଦେଇଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ଲାଗି ପରାମର୍ଶ ଦେଇଛନ୍ତି।

Advertisment
View this post on Instagram

🙏🏼🍀❤️

A post shared by Aftab Shivdasani (@aftabshivdasani) on

ଆଫତାବ ଲେଖିଛନ୍ତି, ସମସ୍ତଙ୍କୁ ହାଲେ। ଆଶା କରୁଛି ସମସ୍ତେ ସୁସ୍ଥ ଥିବେ ଏବଂ ନିଜ ନିଜର ଯତ୍ନ ନେଉଥିବେ। ନିକଟରେ ମୋତେ ସାମାନ୍ୟ କାଶ ଏବଂ ହାଲୁକା ଜ୍ୱର ହୋଇଥିଲା, ଯାହା ପରେ ମୁଁ ମୋର କୋଭିଡ୍-୧୯ ଟେଷ୍ଟ କରାଇଥିଲି। ଦୁର୍ଭାଗ୍ୟବଶତଃ ମୋର ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ହୋମ୍ କ୍ୱାରେଣ୍ଟିନରେ ଅଛି।

Advertisment

ଆଫତାବ ଆହୁରି ଲେଖିଛନ୍ତି, ନିକଟରେ ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କ ଲାଗି ମୁଁ ପ୍ରାର୍ଥନା କରୁଛି। ସମସ୍ତେ ନିଜ ନିଜର ସୁରକ୍ଷା ପାଇଁ ଟେଷ୍ଟ କରାଇ ନିଅନ୍ତୁ। ଆପଣଙ୍କ ସପର୍ଥନ ଏବଂ ଶୁଭେଛା ଦ୍ୱାରା ମୁଁ ଶୀଘ୍ର ସୁସ୍ଥ ହୋଇଯିବି। ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରନ୍ତୁ ଏବଂ ଏହା ଆମ ଜୀବନକୁ ରକ୍ଷା କରିବ। ଆମେ ସମସ୍ତେ ଏହି ଲଢ଼େଇକୁ ଏକାଠି ସାମ୍ନା କରିବା ଏବଂ ବିଜୟୀ ହେବେ।

ସୂଚନାଯୋଗ୍ୟ, ବଲିଉଡର କିଛି ଆଗଧାଡ଼ିର ଅଭିନେତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଅମିତାଭ ବଚ୍ଚଦ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଆକ୍ଟରଙ୍କର କରୋନା ପଜିଟିଭ୍ ଆସିଥିଲା। ଏହା ବ୍ୟତୀତ କିଛି ଟିଭି ଆକ୍ଟର ପାର୍ଥ ସମଥାନ, ଅଭିନେତ୍ରୀ ସାରା ଖାନ୍, ମୋହେନା କୁମାରୀ ଏବଂ ହିମାଂଶ କୋହଲି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ