Advertisment

ସୁଶାନ୍ତ ସିଂଙ୍କ ପରେ ଅଳ୍ପ ବୟସରେ ଦୁନିଆକୁ ଅଲ୍‌ବିଦା କହିଲେ ଅଭିନେତ୍ରୀ ଦିବ୍ୟା ଚୌକ୍‌ସେ

ମୁମ୍ବାଇ: ୨୦୨୦ରେ ବଲିଉଡ୍‌ରେ ସତେ ଯେପରି ଛାଇ ଯାଇଛି କଳା ବାଦଳ। ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ପୁଣି ଜଣେ ଅଭିନେତ୍ରୀ ଅଳ୍ପ ବୟସରେ ପ୍ରାଣ ହରାଇଛନ୍ତି। ଜଣଙ୍କ ପରେ ଜଣେ କଳାକାରଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଏବେ ବି-ଟାଉନ୍‌କୁ ପୂରାପୂରି ସ୍ତବ୍ଧ କରି ଦେଇଛି। ଗତକାଲି ଅଭିନେତ୍ରୀ ତଥା ମଡେଲ୍‌ ଦିବ୍ୟା ଚୌକ୍‌ସେ ପ୍ରାଣ ହରାଇଛନ୍ତି। ଦେଢ଼ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା […]

ସୁଶାନ୍ତ ସିଂଙ୍କ ପରେ ଅଳ୍ପ ବୟସରେ ଦୁନିଆକୁ ଅଲ୍‌ବିଦା କହିଲେ ଅଭିନେତ୍ରୀ ଦିବ୍ୟା ଚୌକ୍‌ସେ

divya chouksey

Advertisment

ମୁମ୍ବାଇ: ୨୦୨୦ରେ ବଲିଉଡ୍‌ରେ ସତେ ଯେପରି ଛାଇ ଯାଇଛି କଳା ବାଦଳ। ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ପୁଣି ଜଣେ ଅଭିନେତ୍ରୀ ଅଳ୍ପ ବୟସରେ ପ୍ରାଣ ହରାଇଛନ୍ତି। ଜଣଙ୍କ ପରେ ଜଣେ କଳାକାରଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଏବେ ବି-ଟାଉନ୍‌କୁ ପୂରାପୂରି ସ୍ତବ୍ଧ କରି ଦେଇଛି। ଗତକାଲି ଅଭିନେତ୍ରୀ ତଥା ମଡେଲ୍‌ ଦିବ୍ୟା ଚୌକ୍‌ସେ ପ୍ରାଣ ହରାଇଛନ୍ତି।

Advertisment

ଦେଢ଼ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ଦିବ୍ୟା ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା।

divya chouksey

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଦିବ୍ୟା ପୋଷ୍ଟ୍‌ କରିଥିବା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଥିରେ ଦିବ୍ୟା ଲେଖିଥିଲେ, ମୁଁ ଏବେ ହସ୍ପିଟାଲ୍‌ରେ। କଥା କହିବା ଅବସ୍ଥାରେ ବି ନାହିଁ। କ୍ୟାନ୍ସର ମୋତେ ମାରିଲାଣି, ମା’ଙ୍କୁ ଡାକୁଛି ଯିବା ବେଳେ କଷ୍ଟ କମ୍‌ ହୋଇଯାଉ।

ସେହିପରି ଆଉ ଏକ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଦିବ୍ୟା ଲେଖିଥିଲେ, ‘ମୁଁ ଯାହା ଜଣାଇବାକୁ ଚାହୁଁଛି, ସେଥିପାଇଁ ହୁଏତ ଶବ୍ଦ ଗୁଡ଼ିକ ଯଥେଷ୍ଟ ହେବନାହିଁ। ମୁଁ ମୃତ୍ୟୁର ଶଯ୍ୟାରେ ଶୋଇଛି। ବିନା ଦୁଃଖରେ ଆଉ ଗୋଟିଏ ଜୀବନ ମିଳି ନ ଥାନ୍ତା ? ’

ଦିବ୍ୟାଙ୍କ ଏପରି ପୋଷ୍ଟ ଏବେ ସମସ୍ତଙ୍କୁ ହତ୍‌ବାକ୍ କରିଛି।

Advertisment

publive-imagepublive-image

ସେହିପରି ସେ ତାଙ୍କ ଶେଷ ଟ୍ୱିଟ୍‌ ମେ’ ୭ରେ ପୋଷ୍ଟ୍‌ କରିଥିଲେ। ଯେଉଁଥିରେ ସେ ସାହାଯ୍ୟ ମାଗିଥିଲେ। ଏଥିରେ ସେ ଲେଖିଥିଲେ, ‘କିଏ ଜାଣିଛନ୍ତି କି misseltow Therepy ସମ୍ପର୍କରେ ? ମୋର ସାହାଯ୍ୟ ଦରକାର’।
publive-image

୨୦୧୬ରେ ହିନ୍ଦୀ ଫିଲ୍ମ ‘ହେ ଅପ୍‌ନା ଦିଲ୍ ତୋ ‌ଆୱାରା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଦିବ୍ୟା। ଏହାପରେ କିଛି ଟିଭି ସିରିୟଲ୍‌ ,ରିୟାଲିଟି ଶୋ’ ଓ ବିଜ୍ଞାପନରେ ବି ନଜର ଆସିଥିଲେ ଅଭିନେତ୍ରୀ ଦିବ୍ୟା।

Advertisment

publive-image

Sushant Singh Rajput Actress Divvya Chouksey Death Divvya Chouksey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ