Advertisment

ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ଅଣ୍ଡରୱାର୍ଲଡ୍ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ର ହାତଥିବା‌‌ କୁହାଯାଉଛି। ଏକ୍ସ-ର’ ଅଫିସର ଏନ୍‌କେ ସୁଦ୍‌ଙ୍କ କହିବା ଅନୁସାରେ, ଅଭିନେତା ସୁଶାନ୍ତ ସିଂଙ୍କୁ ପୂରା ପ୍ଲାନିଂରେ ମର୍ଡର କରାଯାଇଥିଲା ଓ ଏହା ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ର ହାତ ଅଛି। ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ […]

ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ !

sushant singh

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ଅଣ୍ଡରୱାର୍ଲଡ୍ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ର ହାତଥିବା‌‌ କୁହାଯାଉଛି। ଏକ୍ସ-ର’ ଅଫିସର ଏନ୍‌କେ ସୁଦ୍‌ଙ୍କ କହିବା ଅନୁସାରେ, ଅଭିନେତା ସୁଶାନ୍ତ ସିଂଙ୍କୁ ପୂରା ପ୍ଲାନିଂରେ ମର୍ଡର କରାଯାଇଥିଲା ଓ ଏହା ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ର ହାତ ଅଛି।

Advertisment

ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ ଅତି ଘନିଷ୍ଠ ଥିଲେ। ତେଣୁ ସୁଶାନ୍ତଙ୍କ ସହ କ’ଣ ସବୁ ଘଟିଥିଲା, ସେସମ୍ପର୍କରେ ଏମାନଙ୍କୁ ଜଣାଥିଲା। କିନ୍ତୁ ଏମାନେ ସୁଶାନ୍ତଙ୍କ ଯତ୍ନ ନେବା ବଦଳରେ ତାଙ୍କ ସହ ବିଶ୍ୱାସଘାତକତା କଲେ।

ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ଦାଉଦ୍‌ ଇବ୍ରାହିମ୍‌ଙ୍କ ଟିମ୍‌ କରିଥିଲା କି ପ୍ଲାନ୍ ? 

Advertisment

ସୁଦ୍‌ଙ୍କ କହିବା ଅନୁସାରେ, ଯଦିଓ ଦାଉଦ୍‌ ମୁମ୍ବାଇରେ ରହୁ ନାହାନ୍ତି, କିନ୍ତୁ କ୍ଷମତା, ଟଙ୍କା ଓ ଶୀର୍ଷ ପଦବୀରେ ଥିବା ଲୋକଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ଏସବୁ ମାଧ୍ୟମରେ ସେ ମୁମ୍ବାଇକୁ ନିଜ କଣ୍ଟ୍ରୋଲରେ ରଖିଛନ୍ତି। ତେଣୁ ଅଧିକ ସମ୍ଭାବନା ଯେ, ଦାଉଦ୍‌ଙ୍କ ସହଯୋଗୀ ସୁଶାନ୍ତଙ୍କୁ ମର୍ଡର କରିଛନ୍ତି ବୋଲି ସୁଦ୍‌ ଦାବି କରିଛନ୍ତି।

ଖାଲି ଏତିକି ନୁହେଁ ସୁଦ୍‌ ତାଙ୍କର ଏହି ଭିଡିଓରେ ଆହୁରି କହିଛନ୍ତି, କିଛି ମାସ ହେବ ସୁଶାନ୍ତଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଥିଲା। ଏଥିପାଇଁ ସେ ତାଙ୍କର ସିମ୍‌କୁ ୫୦ଥର ବଦଳାଇଥିଲେ। ଖାଲି ଏତିକି ନୁହେଁ ଶୂନ୍‌ଶାନ୍‌ ସ୍ଥାନକୁ ଯାଇ କାର୍‌ ଭିତରେ ଶୋଉଥିଲେ ସୁଶାନ୍ତ। କାହିଁକି ନା ସେ ଭୟଭୀତ ହୋଇଯାଇଥିଲେ।

Advertisment

ସେ ବିଶ୍ୱାସ କରୁଛନ୍ତି ଯେ, ପୂରା ମର୍ଡର ପ୍ଲାନିଂରେ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ଦିନକ ପୂର୍ବରୁ ତାଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଖରାପ ହେବାଠୁ ଆରମ୍ଭ କରି ଘରର ଡୁପ୍ଲିକେଟ୍‌ ଚାବି ହଜି ଯିବା ଇତ୍ୟାଦି ଘଟଣା ଏସବୁ ପୂରା ଯୋଜନାବଦ୍ଧ। ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ଲାନିଂ ହୋଇଥିଲା ବୋଲି ସୁଦ୍‌ କହିଛନ୍ତି।

ପୂର୍ବତନ ଅଧିକାରୀ ଆହୁରି ଦାବି କରିଛନ୍ତି, ମୁମ୍ବାଇ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।  କିନ୍ତୁ ପ୍ରକୃତ ଦୋଷୀ ଏବେ ଯାଏ ସାମ୍ନାକୁ ଆସିପାରି ନାହିଁ। ପ୍ରକୃତ ଦୋଷୀ ସାମ୍ନାକୁ ଆସିଲେ, ଏଥିରେ ସମ୍ପୃକ୍ତ ବଡ଼ ବଡ଼ ଲୋକଙ୍କ ନାଁ ସାମ୍ନାକୁ ଆସିବ। ତେଣୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ବେଳେ ବେଳେ ପ୍ରକୃତ ଦୋଷୀକୁ ସାମ୍ନାକୁ ଅଣା ଯାଇନଥାଏ। ଏମିତିରେ ବି ବଲିଉଡ୍‌ ଓ ଦାଉଦ୍‌ ଇବ୍ରାହିମଙ୍କ ମଧ୍ୟରେ ସମ୍ପର୍କ ରହିଛି।

ସୁଦ୍ କହିଛନ୍ତି, ‘ଦେଶ ବାହାରେ ଦାଉଦ୍‌ଙ୍କ ଟିମ୍‌ ଦ୍ୱାରା ଆୟୋଜିତ ପାର୍ଟିରେ ବଲିଉଡ୍‌ର ଅନେକ ସେଲେବ୍ରିଟି ଯୋଗ ଦେଇଥାନ୍ତି। ଏଥିପାଇଁ ସେଲେବ୍ରିଟି ମାନଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିଥାଏ।

‘ସୁଶାନ୍ତଙ୍କ ସହ ବିଶ୍ୱାସଘାତକତା କଲେ ଘନିଷ୍ଠ ବନ୍ଧୁ ସନ୍ଦୀପ’

ଯଦିଓ ସୁଶାନ୍ତଙ୍କ ଘରୋଇ ସହାୟକ ପ୍ରକୃତ ହତ୍ୟାକାରୀ ନ ହୋଇପାରନ୍ତି, ହେଲେ ଅଭିନେତା ସୁଶାନ୍ତଙ୍କ ଜୀବନରେ କ’ଣ ସବୁ ଚାଲିଥିଲା ସେ ସମ୍ପର୍କରେ ତାଙ୍କୁ ନିହାତି ଭାବେ ଜଣାଥିବ। ସେହିପରି ସୁଦ୍‌ ଆହୁରି ମଧ୍ୟ ଦାବି କରିଛନ୍ତି, ସୁଶାନ୍ତ ତାଙ୍କ ଜୀବନରେ କ’ଣ ସବୁ ଘଟୁଥିଲା ସବୁକିଛି ସେ ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂଙ୍କ ସହ ଶେଆର୍‌ କରୁଥିଲେ। ହେଲେ ସେ ହିଁ ଦିନେ ସୁଶାନ୍ତଙ୍କ ସହ ବିଶ୍ୱାସଘାତକତା କଲେ।

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ସୁଦ୍‌ କହିଛନ୍ତି, ଯଦିଓ ଏହି ଘଟଣାରେ ରିୟାଙ୍କ ସିଧାସଳଖ ଭୂମିକା ନାହିଁ, ହେଲେ ସେ ଜାଣିଥିଲେ ସୁଶାନ୍ତଙ୍କ ଜୀବନର କ’ଣ ସବୁ ଘଟୁଛି।

ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏ ଯାବତ ୩୨ ଜଣଙ୍କୁ ଜେରା କରି ସାରିଲାଣି ମୁମ୍ବାଇ ପୋଲିସ।

ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

Original Engilsh Text by Sangati Jogwar

Dawood Ibrahim Sushant Singh Rajput Death Actor Sushant Singh Rajput Sushant Singh Rajput News ସୁଶାନ୍ତ ସିଂ ରାଜପୁତ ଖବର Latest News Of Sushant Singh Rajput Dawood Ibrahim Gang Connection In Sushant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ