oberoy
ମୁମ୍ବାଇ : ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଏହି ଫିଲ୍ମରେ କାମ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଫିଲ୍ମର ରିଲିଜ୍ ନେଇ ସିପିଏମ୍ ଏବଂ କଂଗ୍ରେସ ପ୍ରତିବାଦ କରିବାପରେ ନୋଟିସ୍ ଜାରି ହୋଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍ ରିଲିଜ୍ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଏଥିସହ ପୂର୍ବରୁ ଏପ୍ରିଲ୍ ୧୨ରେ ବାୟୋପିକ୍ ରିଲିଜ୍ ହେବାର ଥିଲା। ଫିଲ୍ମଟି ଏପ୍ରିଲ ୫ରେ ରିଲିଜ୍ ହେବାକୁ ସ୍ଥିର ହେବା ପଛରେ କିଛି କାରଣ ରହିଛି। ପ୍ରକ୍ଷାଳୟକୁ ଯିବା ପୂର୍ବରୁ ଫିଲ୍ମରେ କିଛି ଆଦର୍ଶ ଆଚରଣବିଧୀର ଉଲ୍ଲଙ୍ଘନ କରାଯାଇଛି କି ନାହିଁ ତଦନ୍ତ କରିବାକୁ ଦଳ ନିର୍ବାଚନ କମିଶନରକୁ କହିଛନ୍ତି।
ଉଲ୍ଲେଖନୀୟ ଯେ, ଏହି ବାୟୋପିକ୍ରେ ଅଭିନେତା ବିବେକ ଓବରୟେ ପ୍ରଧାନମନ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/oberoy_1626339580.jpg)