Advertisment

Abhijit Majumdar: ପୁଣି ଷ୍ଟେଜ କମ୍ପେଇବେ ଦାଦା , ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ

ଅଭିଜିତ୍ ଦାଦା ଧୀରେ ଧୀରେ ଏବେ ସୁସ୍ଥ ହେଉଛନ୍ତି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ତରଙ୍ଗର ପ୍ରଥମ ସିନେମା ଇସ୍କ ତୁହି ତୁରେ ଉଭୟ ଅଭିଜିତ୍ ଓ ହ୍ୟୁମାନଙ୍କ ସଂଗୀତ ସୁପରହିଟ୍ ହୋଇଥିଲା ।

Abhijit-Majumdar

Abhijit-Majumdar Photograph: (OTV)

Advertisment

ଚାଲିଗଲେ ଶିଷ୍ୟ, ଫେରିଆସିବେ ଗୁରୁ । ଏମ୍ସରୁ ଡିସଚାର୍ଜ ହେବେ ଅଭିଜିତ୍ ମଜୁମଦାର । ହ୍ୟୁମାନଙ୍କୁ ହରାଇଛି ଓଡ଼ିଶା, ଅଭିଜିତଙ୍କୁ ଫେରିପାଇବେ ଓଡ଼ିଆ । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଦୁହେଁ ଚିକିତ୍ସିତ ହେଉଥିଲେ । ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇଥିଲେ ଉଭୟ ହ୍ୟୁମାନ ଓ ଅଭିଜିତ୍ । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ହ୍ୟୁମାନ ସାଗର ଆଉ ଫେରିନାହାନ୍ତି । ନଭେମ୍ବର ୧୭ ଓଡ଼ିଆ ସଂଗୀତର ବାଦଶାହାକୁ ନେଇଯାଇଛି । ହେଲେ ଅଭିଜିତ୍ ଦାଦା ଧୀରେ ଧୀରେ ଏବେ ସୁସ୍ଥ ହେଉଛନ୍ତି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

Advertisment



ତରଙ୍ଗର ପ୍ରଥମ ସିନେମା ଇସ୍କ ତୁହି ତୁରେ ଉଭୟ ଅଭିଜିତ୍ ଓ ହ୍ୟୁମାନଙ୍କ ସଂଗୀତ ସୁପରହିଟ୍ ହୋଇଥିଲା । ଅଭିଜିତଙ୍କ ସଂଗୀତ ନର୍ଦ୍ଦେଶନାରେ ଗୋଟିଏ ପାରେ ଗୋଟିଏ ହିଟ୍ ଗୀତ ଇଣ୍ଡଷ୍ଟ୍ରୀକୁ ଦେଇଚାଲିଥିଲେ ହ୍ୟୁମାନ । ପରେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ହଠାତ୍ ଅଭିଜିତ ଓ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଅଭିଜିତ୍ ଆଡମିଶନ ହୋଇଥିବାବେଳେ, ପରେ ହ୍ୟୁମାନ ମଧ୍ୟ ଭେଣ୍ଟିଲେଟରକୁ ଯାଇଥିଲେ । ଆଉ ହ୍ୟୁମାନଙ୍କୁ ହରାଇଥିଲା ଓଡ଼ିଶା । ହେଲେ ବର୍ତ୍ତମାନ ଅଭିଜିତଙ୍କୁ ନେଇ ଏମ୍ସ ଖୁସି ଖବର ଦେଇଛି । 

ପାଖାପାଖି ପ୍ରାୟ ୪ ମାସ ହେବ ଏମ୍ସରେ ଚିକିତ୍ସିତ ହୋଇଆସୁଛନ୍ତି ଅଭିଜିତ୍ । ୫୪ ବର୍ଷିୟ ଅଭିଜିତଙ୍କ ଉଚ୍ଚ ରକ୍ତଚାପ ଓ କ୍ରନିକ ଯକୃତ ରୋଗ ଆଦି ଥିବାରୁ ଗତ ସେପ୍ଟେମ୍ବର ୪ତାରିଖରେ ଭୁବନେଶ୍ବର ଏମ୍ସର ଜରୁରୀକାଳୀନ ପରିସ୍ଥିତିରେ ଭେଣ୍ଟିଲେଟର ସପୋର୍ଟରେ ଭର୍ତ୍ତି ହୋଇଥିଲେ । ଏବେ ସେ ଭେଣ୍ଟିଲେଟର ସପୋର୍ଟ ବାହାରେ ଅଛନ୍ତି । ଆଉ ଖୁବଶୀଘ୍ର ଡିସଚାର୍ଜ ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ