Advertisment

ସନିଙ୍କ ଗାଡ଼ି ଉପରକୁ ଉଠି ଆଲିଙ୍ଗନ ଓ ଚୁମ୍ବନ ଦେଲେ ମହିଳା

ଗୁରୁଦାସପୁର:ଫ୍ୟାନ୍‌ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍‌ ସୋ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି। ଏ ଖବରକୁ ନେଇ ସାରା ଦେଶରେ ଆଜି ଚର୍ଚ୍ଚା ଲାଗି ରହିଛି। ମିଳିଥିବା ଖବର ଅନୁଯାୟୀ, ଜଣାଶୁଣା ବଲିଉଡ୍ ଅଭିନେତା ସନି ଦେଓଲ କିଛି ଦିନ ତଳେ […]

ସନିଙ୍କ ଗାଡ଼ି ଉପରକୁ ଉଠି ଆଲିଙ୍ଗନ ଓ ଚୁମ୍ବନ ଦେଲେ ମହିଳା

Sunny-Deol-GettyImages-1139986412

Advertisment

ଗୁରୁଦାସପୁର:ଫ୍ୟାନ୍‌ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍‌ ସୋ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି। ଏ ଖବରକୁ ନେଇ ସାରା ଦେଶରେ ଆଜି ଚର୍ଚ୍ଚା ଲାଗି ରହିଛି।

Advertisment

ମିଳିଥିବା ଖବର ଅନୁଯାୟୀ, ଜଣାଶୁଣା ବଲିଉଡ୍ ଅଭିନେତା ସନି ଦେଓଲ କିଛି ଦିନ ତଳେ ବିଜେପିରେ ମିଶିଛନ୍ତି। ଏହାପରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ଏଠି ସେ ଜୋରଦାର ପ୍ରଚାର ବି ଚଳାଇଛନ୍ତି। ସିମେମା ଷ୍ଟାର୍ ହୋଇଥିବାରୁ ତାଙ୍କ ପ୍ରଚାର ବେଳେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳୁଛି।

ଆଜି ପ୍ରଚାର ବେଳେ ଘଟିଥିଲା ଏହି ରୋଚକ ଘଟଣା। ଗୁରୁଦାସପୁରର ବାଟଲା ରୋଡ଼ରେ ସନି ଏକ ରୋଡ୍ ସୋରେ ଯାଉଥିବା ବେଳେ ହଠାତ୍ ଜଣେ ମହିଳା ତାଙ୍କ ଗାଡ଼ି ଉପରକୁ ଚଢ଼ି ଆସିଥିଲେ ଓ ତାଙ୍କୁ ବାରମ୍ବାର ଆଲିଙ୍ଗନ କରିଥିଲେ।  ସେତିକି ନୁହେଁ, ଆଲଙ୍ଗନ କରି ମହିଳାଙ୍କ ମନ ଭରି ନଥିଲା, ଗଲାବେଳକୁ ସେ ସନି ଦେଓଲଙ୍କୁ ଏକ ସରୁ-ଚୁମ୍ବନ ମଧ୍ୟ ଦେଇଥିଲେ। ଏହା ଦେଖି ସେଠି କୋଳାହଳ ସୃଷ୍ଟି ହୋଇଥିଲା।

Advertisment

ଶେଷରେ ମହିଳା ଫ୍ୟାନ୍‌ଙ୍କୁ ଗାଡ଼ିରୁ ସୁରକ୍ଷିତ ଭାବେ ଓହ୍ଲାଇବାରେ ସନି ସହଯୋଗ କରିଥିଲେ। 

ଦେଖନ୍ତୁ ଭିଡିଓ

Right Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ