HINDI-TEACHER-CUT-OFF Photograph: (OTV)
ହିନ୍ଦୀ ଶିକ୍ଷକ ନିଯୁକ୍ତିକୁ ନେଇ ଉଠିଲା ପ୍ରଶ୍ନ। ଅନୁସୂଚିତ ଜାତି ବର୍ଗ ପାଇଁ କଟ୍ ଅଫ୍ ମାର୍କ ମାତ୍ର ୧। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥଲେ ବି ବିଲକୁଲ୍ ସତ ଘଟଣା। ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରଙ୍କ ପାଇଁ ସିଲେକସନ୍ ମାର୍କ ଅର୍ଥାତ କଟ୍ ଅଫ୍ ୧ ରହିଛି। ବାକି ST ପାଇଁ ୨.୭୫ ମାର୍କ ରହିଛି। କେବଳ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ଛାଡ଼ି ଦେଲେ ବାକି ସବୁ ବର୍ଗ ଯେପରିକି SEBC ପାଇଁ ୨୩.୫, ଅଣ ସଂରକ୍ଷିତ ପାଇଁ ୨୯ ସହ ସର୍ବନିମ୍ନ ମାର୍କ ୩୦ ତଳକୁ ରହିଛି।
ଖାଲି ଏଇ ଗୋଟିଏ ନୁହେଁ SC ବର୍ଗର ପୁରୁଷ ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ବି ତାରତମ୍ୟ ଦେଖିବାକୁ ମିଳିଛି। SC ବର୍ଗର ପୁରୁଷ ପ୍ରାର୍ଥୀଙ୍କ କଟଅପ୍ ୧ମାର୍କ ଥିବା ବେଳେ ମହିଳାଙ୍କ ପାଇଁ ରହିଛି ୨.୫ ମାର୍କ।କନ୍ତୁ ST ବର୍ଗ ପାଇଁ ୩ ନମ୍ବର ରହିଛି । ଏଭଳି ପୋଷ୍ଟ ଭାଇରାଲ୍ ହେବା ପରେ ଏବେ ପ୍ରଶ୍ନ ଘେରରେ LTR ହିନ୍ଦୀ ଶିକ୍ଷକ ନିଯୁକ୍ତି।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍-OSSC ବିରୋଧରେ ଅନେକ ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। କେତେବେଳେ ହିନ୍ଦୀ ତ ପୁଣି କେତେବେଳେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେଇଛି। ଗାଁରୁ ଆରମ୍ଭ ହୋଇଥିବା ବିକ୍ଷୋଭ ରାଜଧାନୀ ଭୁବନେଶ୍ବର ଯାଏଁ ବି ପହଞ୍ଚିଛି। ତଥାପି ନା ସୁଧୁରିଛି ବ୍ୟବସ୍ଥା ନା ପରୀକ୍ଷାର୍ଥୀଙ୍କ ସମସ୍ୟା ଦୂର ହେଇଛି। ଏସବୁ ଭିତରେ ଗତ ୧୬ରେ LTR ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବା ପରେ ନୂଆ ବିବାଦରେ ଯୋଡ଼ି ହୋଇଛି।
ପରୀକ୍ଷାରେ ସର୍ବନିମ୍ନ ବେଞ୍ଚମର୍କ ରହିବା ନିହାତି ଆବଶ୍ୟକ। ନାଁକୁ ମାତ୍ର ପରୀକ୍ଷା କରାଇବା ଦ୍ବାରା ଶିକ୍ଷାର ମାନ ହ୍ରାସ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ୍।..ସେପଟେ ଏତେ ବଡ଼ ବିବାଦ ପରେ ବି OSSC ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନି କି ସୂଚନା ଜାରି କରାଯାଇନି।
ସାଧାରଣତଃ ସର୍ବ ଭାରତୀୟ ସ୍ତରର ପରୀକ୍ଷାରେ କଟ୍ ଅଫ୍ ମାର୍କ ୩୦ ପ୍ରତିଶତ ଥାଏ। ଏଭଳି ସ୍ଥଳେ LTR ହିନ୍ଦୀ ଶିକ୍ଷକ ନିଯୁକ୍ତିରେ ‘1 କଟ୍ ଅଫ୍ ମାର୍କ’ ନୂଆ ବିବାଦ ସୃଷ୍ଟି କରିଛି।.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/hindi-teacher-cut-off-2025-12-03-20-00-19.jpg)