Advertisment

Odisha Enters Top 10 States List: ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ, ଅନେକ ଖ୍ୟାତନାମା ଶିକ୍ଷାନୁଷ୍ଠାନକୁ ପଛରେ ପକାଇଲା ଭୁବନେଶ୍ବର

ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ। ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ ରାଜ୍ୟ ତାଲିକାରେ ଓଡ଼ିଶା। କୋଲକାତା, ହାଇଦ୍ରାବାଦ ଓ ତେଲଙ୍ଗାନା ପଛରେ ପକାଇଲା ଭୁବନେଶ୍ବର।

Foreign Students

Foreign Students Photograph: (OTV)

Advertisment

ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ। ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ଟି ରାଜ୍ୟ ତାଲିକାରେ ଓଡ଼ିଶା। କୋଲକାତା, ହାଇଦ୍ରାବାଦ ଓ ତେଲଙ୍ଗାନା ଭଳି ସ୍ଥାନରେ ଅନେକ ଖ୍ୟାତନାମା ଉଚ୍ଚ ଶିକ୍ଷାନୁଷ୍ଠାନ ଥିଲେ ବି ଓଡ଼ିଶା ସେମାନଙ୍କୁ ପଛରେ ପକାଇ ଏହି ଗୌରବ ହାତେଇଛି। ‘ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ’ କୁ ନେଇ ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଓଡି଼ଶାକୁ ବିଦେଶୀ ଛାତ୍ର ଆକୃଷ୍ଟ ହେଉଥିବା ନେଇ ଉତ୍ସାହଜନକ ତଥ୍ୟ ରଖିଛି । 

Advertisment

ଓଡ଼ିଶାରେ ଏବେ ୨ ହଜାର ୩୬୨ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଟେକରେ ସର୍ବାଧିକ ୨ ହଜାର ୨୨୧ ଛାତ୍ରଛାତ୍ରୀ ପଢୁଛନ୍ତି। ୨୦୨୧-୨୨ ମସିହାରେ ୨ ହଜାର ୩୨୦ ବିଦେଶୀ ଛାତ୍ର ଉଚ୍ଚଶିକ୍ଷା ପାଇଁ ରାଜ୍ୟକୁ ଆସିଛନ୍ତି। ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ନାତକ, ସ୍ନାତକୋତ୍ତର, ପିଏଚଡିରେ ନାମ ଲେଖାଇଥିଲେ। ଅନ୍ୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛନ୍ତି ଓଡ଼ିଶା ଓ ହରିୟାଣା।

•    ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ
•    ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ ରାଜ୍ୟ ତାଲିକାରେ ଓଡ଼ିଶା
•    କୋଲକାତା, ହାଇଦ୍ରାବାଦ ଓ ତେଲଙ୍ଗାନା ପଛରେ ପକାଇଲା ଭୁବନେଶ୍ବର
•    ‘ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ’ କୁ ନେଇ ରିପୋର୍ଟ
•    ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଆଗରେ ଓଡି଼ଶା
•    ରିପୋର୍ଟରେ ବିଦେଶୀ ଛାତ୍ର ଆକୃଷ୍ଟ ହେଉଥିବା ଉତ୍ସାହଜନକ ତଥ୍ୟ
•    ଓଡ଼ିଶାରେ ପଢୁଛନ୍ତି ୨ ହଜାର ୩୬୨ ବିଦେଶୀ ଛାତ୍ରଛାତ୍ରୀ
•    ବି ଟେକରେ ସର୍ବାଧିକ ୨ ହଜାର ୨୨୧ ଛାତ୍ରଛାତ୍ରୀ ପଢୁଛନ୍ତି
•    ୨୦୨୧-୨୨ ମସିହାରେ ଆସିଥିଲେ ୨ ହଜାର ୩୨୦ ବିଦେଶୀ ଛାତ୍ର

Advertisment
Odisha Study
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ