CHSE_EXAM_BBSR Photograph: (OTV)
ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଚାଲିବ ଯୁକ୍ତଦୁଇ ପରୀକ୍ଷା। କେଉଁଦିନ କେଉଁ ପରୀକ୍ଷା ହେବ ସେନେଇ ମଧ୍ୟ କାର୍ଯ୍ୟସୂଚୀ ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୧୮ ତାରିଖରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ, ୧୯ ତାରିଖରେ ଧନ୍ଦାମୂଳକ ଶିକ୍ଷା, ୨୦ରେ କଳା ଏବଂ ବାଣିଜ୍ୟ ବିଭାଗର ମାତୃଭାଷା ପରୀକ୍ଷା ହେବ। ସେହିପରି ୨୧ ତାରିଖରେ ଭୂତତ୍ତ୍ବ ବିଜ୍ଞାନ, ୨୪ ତାରିଖରେ ବିଜ୍ଞାନ ବିଭାଗର ଇଂରାଜୀ, ୨୬ରେ କଳା ଏବଂ ବାଣିଜ୍ୟ ବିଭାଗର ଇଂରାଜୀ, ୨୮ରେ ପଦାର୍ଥ ବିଜ୍ଞାନ, ମାର୍ଚ୍ଚ ୨ରେ ଭୂଗୋଳ ପରୀକ୍ଷା ହେବ। ଚଳିତ ବର୍ଷ ରେଗୁଲାରରେ ମୋଟ ୩ ଲକ୍ଷ୍ୟ ୭୩ ହଜାର ୯୧୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସବୁ ପରୀକ୍ଷାର୍ଥୀଙ୍କୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ସେହିପରି ଏହି ମାସ ୨୨ ତାରିଖରୁ ୩୧ ତାରିଖ ସୁଦ୍ଧା ସରିବ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା। ୧ ହଜାର ୩୫୦ ପରୀକ୍ଷା କେନ୍ଦ୍ର ସହ ୨୧୦ଟି ହବ ହେବ। ଯେଉଁଠି AI assistance ରହିବ। ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାଷ୍ଟର ବ୍ୟବସ୍ଥା ହେବ। ଗୋଟେ ଗୋଟେ ସ୍କାର୍ଡ ୟୁନିଟ ରହିବେ। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଗତଥର ପରୀକ୍ଷା କେନ୍ଦ୍ର ୧ ହଜାର ୨୬୮ଟି ଥିଲା। ଏଥର ନୂଆ ୯୯ଟି ପରୀକ୍ଷା କେନ୍ଦ୍ର ହେବ। ଏଥର ପରୀକ୍ଷାର୍ଥୀଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୭୩୭।....
ଫେବ୍ରୁଆରୀ ୧୮ରୁ ପ୍ଲସ୍ ଟୁ ପରୀକ୍ଷା
ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ପ୍ଲସ୍ ଟୁ ପରୀକ୍ଷା
ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ପ୍ଲସ୍ ଟୁ ପରୀକ୍ଷା
ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ
ସବୁ ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୨ଟାରେ ସରିବ
ମୋଟ୍ ୪ ଲକ୍ଷ ୭୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ
ମୋଟ୍ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା
ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ
ସମସ୍ତ ୨୧୦ଟି ହବ୍ AI କ୍ୟାମେରା ସର୍ଭେଲାନ୍ସରେ ରହିବ
ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା
ପ୍ରଥମ ଥର ପ୍ରାକ୍ଟିକାଲ୍ ପରୀକ୍ଷାରେ ୱେବ୍ କାଷ୍ଟ
ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହେବ
୪୦ ଦିନରେ ରେଜଲ୍ଟ ବାହାରିବ
କପି ରୋକିବାକୁ AI ସହାୟତା ନିଆଯିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/chse_exam_bbsr-2025-12-03-20-10-45.jpg)