Advertisment

SOP & Guidelines: ଦଶମ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର , ଆସିଲା ପ୍ରାକ୍ଟିକାଲ ପରୀକ୍ଷା ଗାଇଡଲାଇନ....

CBSE ବୋର୍ଡ ପରୀକ୍ଷା ୨୦୨୬ର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଜାରି ହୋଇଯାଇଛି ନୂଆ ଏସଓପି ଓ ଗାଇଡଲାଇନ । ଏହାକୁ କଡାକଡି ପାଳନ କରିବେ ସ୍କୁଲ । ଜାନୁଆରୀ ୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା ।

CBSE-Practical-Exam-2026

CBSE-Practical-Exam-2026 Photograph: (OTV)

Advertisment

CBSE ବୋର୍ଡ ପରୀକ୍ଷା ୨୦୨୬ର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଜାରି ହୋଇଯାଇଛି ନୂଆ ଏସଓପି ଓ ଗାଇଡଲାଇନ । ଏହାକୁ କଡାକଡି ପାଳନ କରିବେ ସ୍କୁଲ । ଜାନୁଆରୀ ୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା । ଫେବୃଆରୀ ୧୪ରେ ସରିବ । ୱିଣ୍ଟର ବାଉଣ୍ଡ ସ୍କୁଲଗୁଡିକରେ ନଭେମ୍ବର ୬ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏସଓପି ଅନୁସାରେ, ମୂଲ୍ୟାଙ୍କନ ଦିନ ହିଁ CBSE ୱେବପୋର୍ଟାଲରେ ଅପଲୋଡ ହେବ ମାର୍କ । 

Advertisment

ସଠିକ୍ ମାର୍କ ଅପଲୋଡ କରାଯିବ । ତାହା ନିଶ୍ଚିତ କରିବେ ସ୍କୁଲ ଇଣ୍ଟରନାଲ ଏକଜାମିନର ଓ ଏକ୍ସଟରନାଲ ଏକଜାମିନର । ଅପଲୋଡ୍ ହୋଇନଥିବା ମାର୍କ ପରବର୍ତ୍ତୀ ସମୟରେ ସଂଶୋଧିତ ହୋଇପାରିବ ନାହିଁ । ଏନେଇ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଯଦି କୌଣସି ଛାତ୍ର ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ସ୍ତରୀୟ କ୍ରୀଡା ଇଭେଣ୍ଟରେ ଭାଗ ନେଉଛନ୍ତି ତାହେଲେ ସ୍କୁଲ ଦ୍ୱାରା ପ୍ରାକ୍ଟିକାଲ ଆସେସ୍‌ମେଣ୍ଟ ରିସେଡ୍ୟୁଲ କରାଯାଇପାରିବ । ପରୀକ୍ଷାରେ ଛାତ୍ରଛାତ୍ରୀ କପି କରୁଥିବା ଧରାପଡିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ ।

Advertisment

ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପ୍ରାକ୍ଟିକାଲ ଆନସର୍ ବୁକ୍ ଦିଆଯିବନି । ସ୍କୁଲଗୁଡିକ ନିଜେ ପ୍ରସ୍ତୁତ କରିବେ । ଏହାସହ 10th ପ୍ରାକ୍ଟିକାଲରେ କୌଣସି ଏକ୍ସଟରନାଲ ଏକ୍‌ଜାମିନର ରହିବେ ନାହିଁ । ହେଲେ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ରହିବେ ଏକ୍ସଟରନାଲ ଏକଜାମିନର । ମୂଲ୍ୟାଙ୍କନ ବେଳେ ଉଭୟ ଏକ୍ସଟରନାଲ ଓ ଇଣ୍ଟରନାଲ ଏକଜାମିନର ଉପସ୍ଥିତ ରହିବେ ।

ପ୍ରାକ୍ଟିକାଲ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଆଟେଣ୍ଡାସ୍‌ ସିଟ୍‌ ଠିକ୍ ଭାବେ ପୂରଣ ହେବ । ଆନସର୍ ବୁକ୍ ସଠିକ୍ ଭାବେ ସାଇନ୍, ସ୍କାନ ହେବା ସହ ସ୍କୁଲ ଦ୍ୱାରା ସଂରକ୍ଷିତ ରଖାଯିବ ।

Advertisment

ସମସ୍ତ ମୂଲ୍ୟାଙ୍କନ ଅତି ସ୍ୱଚ୍ଛତା ଓ ସଠିକତା ସହିତ କରାଯିବ । ସ୍କୁଲଗୁଡିକୁ ଏହି ଏସଓପି ଓ ଗାଇଡଲାଇନଗୁଡିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି CBSE 
ଛାତ୍ରଛାତ୍ରୀ ଚାହିଁଲେ cbse.gov.in ୱେବସାଇଟକୁ ଯାଇ ଏସଓପି ଓ ଗାଇଡଲାଇନ ଚେକ୍ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ