Advertisment

୨୬ରେ ସ୍କୁଲ ଖୋଲିବ, ହେଲେ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାନି

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି ନ ଥିବା ବେଳେ ଜୁନ୍ ୩ୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ରେଜଲଟ୍ ପ୍ରକାଶ ପାଇ ନ ଥିତବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି […]

୨୬ରେ ସ୍କୁଲ ଖୋଲିବ, ହେଲେ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାନି

+2---kala

Advertisment

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି ନ ଥିବା ବେଳେ ଜୁନ୍ ୩ୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି।

Advertisment

ରେଜଲଟ୍ ପ୍ରକାଶ ପାଇ ନ ଥିତବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି ଛାତ୍ରୀଛାତ୍ର। ଏଣେ ରେଜଲ୍ଟ ବାହାରି ନ ଥିବାରୁ ଯୁକ୍ତ ତିନି ଆଡମିଶନ୍ ପ୍ରକ୍ରିୟାରେ ବି ବିଳମ୍ବ ଘଟିଛି । ଖାଲି ବିଜ୍ଞାନ ରେଜଲ୍ଟ ବାହାରିଥିବାରୁ ଉଚ୍ଚଶିକ୍ଷା ବିଭାଗ ନାମଲେଖା ବିଜ୍ଞପ୍ତି ପ୍ରକାଶ କରିପାରୁନାହିଁ । ସେହିପରି ଜୁନ୍ ୩ରୁ ଯୁକ୍ତ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଯୁକ୍ତ ତିନିରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀମାନେ ୧୫ ଦିନ ହେଲାଣି ବିଜ୍ଞପ୍ତିକୁ ଅପେକ୍ଷା କରି ରହିଛନ୍ତି। ରେଜଲ୍ଟ ଓ ଆଡମିଶନ୍ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଚିନ୍ତାରେ ଅଛନ୍ତି ପିଲାଏ

ରେଜଲ୍ଟ ବିଳମ୍ବ ଲାଗି ବାତ୍ୟା ଫୋନି ଓ ସାଧାରଣ ନିର୍ବାଚନକୁ ପୂର୍ବରୁ ଦାୟୀ କରିଆସୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ହେଲେ ବିଜ୍ଞାନ ରେଜଲ୍ଟ ପ୍ରକାଶ ଅବସରରେ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା କଳା, ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ରେଜଲଟ୍ ପ୍ରକାଶନ ତୃତୀୟ ସପ୍ତାହକୁ ଘୁଞ୍ଚିଛି। ଏପଟେ ଅଭିଭାବକ ମହାସଂଘ ପରିଷଦର ଫୋନି ଓ ନିର୍ବାଚନ ଆଳକୁ ନିନ୍ଦା କରିବା ସହ ପିଲାଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ରେଜଲଟ୍ ଯଥାଶୀଘ୍ର ବାହାର କରାଯିବ ଉଚିତ ବୋଲି ଦାବି କରିଛି ।

Advertisment

ଗତବର୍ଷ ଜୁନ୍ ୯ରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଜଣ ଏବଂ ବାଣିଜ୍ୟରେ ୨୭ହଜାର ୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ତେବେ ଆଉ କେତେ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଉଛି ତାଉପରେ ନଜର।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ