covid employee
ନୂଆଦିଲ୍ଲୀ-କେନ୍ଦ୍ର ସରକାର କୋଭିଡ ଡ୍ୟୁଟିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ନିଜ ଜୀବନକୁ ଖାତିର ନ କରି କୋଭିଡ ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିଥିବା ଏହି କର୍ମଚାରୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
ଦେଶରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । କୋଟିକୋଟି ଲୋକ ମହାମାରୀରୁ ବର୍ତ୍ତିବା ପାଇଁ ଯୁଦ୍ଧ କରୁଛନ୍ତି । ଏହି ସମୟରେ କେନ୍ଦ୍ର ସରକାରଙ୍କର ଏପରି ଏକ ଘୋଷଣା କୋଭିଡି ଡ୍ୟୁଟି କରୁଥିବା ମେଡିକାଲ କର୍ମୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ମେଡିକାଲ କର୍ମୀ ୧୦୦ ଦିନ କୋଭିଡ ଡ୍ୟୁଟି ପୂରଣ କରିବେ, ସେମାନଙ୍କୁ ଭବିଷ୍ୟତରେ ସରକାରୀ ଚାକିରିରେ ପ୍ରାଥମିକତା ଦିିଆଯିବ । ଏହାବ୍ୟତୀତ ଏହି କୋଭିଓ ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ କୋଭିଡ ନାଶନାଲ ସର୍ଭିସ ସମ୍ମାନ ((Covid National Service Samman) ) ରେ ସମ୍ମାନିତ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମେ’ ୨ ତାରିଖ ୨୦୨୧ ବିଶେଷଜ୍ଞଙ୍କ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିଥିଲେ । ବୈଠକର ଏ ନେଇ ନିଷ୍ପତ୍ତି ନିଆଯାଇଥିବା ସୋମବାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନର ସ୍ଥିତି ଦେଖିବା ପରେ କେନ୍ଦ୍ର ସରକାର ନିଟି ପିଜି ୨୦୨୧କୁ ୪ ମାସ ପାଇଁ ସ୍ଥଗିତ କରି ଦେଇଛନ୍ତି । ଏହାବ୍ୟତୀତ ଏମବିବିଏସ୍ ଫାଇନାଲ ଇୟର ଏବଂ ନର୍ସିଂ କ୍ଵାଲିଫାଏଡ ଷ୍ଟୁଡେଣ୍ଟଙ୍କୁ କୋଭିଡ ଡ୍ୟୁଟିରେ ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪୪୯ ଲୋକଙ୍କର ଜୀବନ ନେଇଛି କରୋନା । ସେହିପରି ସୋମବାର ଦିନ ୨.୯୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭାରତ ବିଶ୍ୱର ୨ୟ ଦେଶ ଯେଉଁଠି ୨ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ଗତ ୧୩୭ ଦିନରେ ମାମଲା ୧ କୋଟିରୁ ୨ କୋଟି ପାର ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid-employee_1620117733.jpg)