opsc
ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଶେଷରେ ଓଡିଶା ସିଭିଲ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷା -୨୦୨୦ ର ତାରିଖ ଘୋଷଣା କରିଛି। ମେ’ ୨୩, ରବିବାର ଦିନ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ,କଟକ,ଏବଂ ସମ୍ବଲପୁର ଭଳି ପାଞ୍ଚଟି ଜୋନରେ ଏହି ପରୀକ୍ଷା କରାଯିବ।
ଜେନେରାଲ୍ ଷ୍ଟଡିଜ୍ ପେପର 1 ( ଯେଉଁଥିରେ ମଲଟିପୁଲ ଚଏସ ଉତ୍ତର ସହିତ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ରହିଛି ) ସକାଳ ୧୦ ରୁ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜେନେରାଲ୍ ଷ୍ଟଡିଜ୍ (ପେପର-୨) (ମଲଟିପୁଲ ଚଏସ ଉତ୍ତର ସହିତ ୮୦ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ) ଦିନ ୧.୩୦ ରୁ ୩.୩୦ ରେ ଅନୁଷ୍ଠିତ ହେବ।
ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟର ଅତିରିକ୍ତ ସମୟ ଅର୍ଥାତ ୧୦ଟାରୁ ୧୨.୪୦ PM ଏବଂ ୧.୩୦PM ରୁ ୪.୧୦ PM ପରୀକ୍ଷା ହେବ |
ସମ୍ପୃକ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ଆଡମିଶନ ସାର୍ଟିଫିକେଟ୍ ଏବଂ ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ ନିର୍ଦ୍ଦେଶନାମା OPSC ୱେବସାଇଟରେ ଉପଲବ୍ଧ ହେବ। ପ୍ରାର୍ଥୀମାନଙ୍କୁ ସେମାନଙ୍କ ଆଡମିଶନ ସାର୍ଟିଫିକେଟ୍ ଏବଂ “ପ୍ରାର୍ଥୀ ନିର୍ଦ୍ଦେଶନାମା” ଡାଉନଲୋଡ୍ କରିବାକୁ ଆୟୋଗର ୱେବସାଇଟ୍ http: / /opsc.gov.in କୁ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/opsc_1626168752.jpg)