ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାଳୟରେ “ଅଫିସ୍ ଆଟେଣ୍ଡାଣ୍ଟ” ର ୮୪୧ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଆମନ୍ତ୍ରଣ କରିଛି। ଏହି ପଦବୀ ପାଇଁ ଚୟନ ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷା (ଅନଲାଇନ୍ ପରୀକ୍ଷା) ଏବଂ ପରେ ଭାଷା ଦକ୍ଷତା ପରୀକ୍ଷା (ଆଞ୍ଚଳିକ ଭାଷାରେ) ମାଧ୍ୟମରେ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:-
- ୱେବସାଇଟ୍ ଲିଙ୍କ୍ ଖୋଲା ହେବ ତାରିଖ - ଫେବୃଆରୀ 24 - ମାର୍ଚ୍ଚ 15, 2021
- ପରୀକ୍ଷା ଶୁଳ୍କ ଦେୟ (ଅନଲାଇନ୍) - ଫେବୃଆରୀ 24 - ମାର୍ଚ୍ଚ 15, 2021
- ଅନଲାଇନ୍ ପରୀକ୍ଷଣର ସମ୍ଭାବିତ ତାରିଖ - ଏପ୍ରିଲ୍ 09 ଏବଂ 10, 2021
ଖାଲି ପଦବୀ:-
/odishatv-khabar/media/post_attachments/wp-content/uploads/2021/03/rbi-1.jpg)
ଯୋଗ୍ୟତା ମାନଦଣ୍ଡ:-ବୟସ- ୧ ଫେବୃଆରୀ ୨୦୨୧ ସୁଦ୍ଧା ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଦରକାର। ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ୨ ଫେବୃଆରୀ ୧୯୯୬ ପୂର୍ବରୁ ଜନ୍ମ ହୋଇ ନ ଥିବେ ଏବଂ ୧ ଫେବୃଆରୀ ୨୦୦୩ରୁ ବିଳମ୍ବରେ ହୋଇନଥିବେ।
ଶିକ୍ଷାଗତ ଯୋଗ୍ୟତା:- (୧ ଫେବୃଆରୀ ୨୦୨୧ ସୁଦ୍ଧା)
ଜଣେ ପ୍ରାର୍ଥୀ ନିଯୁକ୍ତ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରାଧିକରଣ ଅଧୀନରେ ଆସୁଥିବା ସଂପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଦଶମ (SSC/ମ୍ୟାଟ୍ରିକ ) ପାସ କରିଥିବେ। ଏହିପରି ଯୋଗ୍ୟତା ସେହି ରାଜ୍ୟ/ କେନ୍ଦ୍ରଶାସିତର ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ହେବା ଉଚିତ। ଉପରୋକ୍ତ ବିଷୟଗୁଡିକ ବ୍ୟତୀତ, ପ୍ରାର୍ଥୀ ଯେଉଁଥିରେ ଆବେଦନ କରୁଛନ୍ତି। ସେ ପ୍ରାର୍ଥୀ ନିଯୁକ୍ତି କାର୍ଯ୍ୟାଳୟର ଆଞ୍ଚଳିକ ପ୍ରାଧିକରଣ ଅଧୀନରେ ଆସୁଥିବା ରାଜ୍ୟ/କେନ୍ଦ୍ରଶାସିତର ବାସିନ୍ଦା ହେବା ଆବଶ୍ୟକ। ପ୍ରାର୍ଥୀ ୧ ଫେବୃଆରୀ ୨୦୨୧ ସୁଦ୍ଧା ସ୍ନାତକ ହୋଇନଥିବେ। ସ୍ନାତକ ଏବଂ ଉଚ୍ଚ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି। ଏଇ ନିଯୁକ୍ତି କାର୍ଯ୍ୟାଳୟରେ ଆବେଦନ କରୁଥିବା ପ୍ରାର୍ଥୀମାନେ ସେହି କାର୍ଯ୍ୟାଳୟ ଅଧୀନରେ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭାଷାରେ ପାରଦର୍ଶୀ ହୋଇଥିବେ। (ଯେପରିକି ଆଞ୍ଚଳିକ ଭାଷାରେ ଲେଖି ଓ କହି ପାରୁଥିବେ)।
ଚୟନର ପ୍ରକ୍ରିୟା:-
ଅନଲାଇନ ପରୀକ୍ଷା (ନିମ୍ନରେ ଦିଆଯାଇଥିବା ପରି) ଏବଂ ଭାଷା ଦକ୍ଷତା ପରୀକ୍ଷା (LPT) ଆଧାରରେ ଚୟନ କରାଯିବ। ସାଧାରଣ ଇଂରାଜୀ ପରୀକ୍ଷା ବ୍ୟତୀତ ଅନଲାଇନ୍ ପରୀକ୍ଷା ଦ୍ୱିଭାଷୀ, ଅର୍ଥାତ୍ ଇଂରାଜୀ ଏବଂ ହିନ୍ଦୀରେ ହେବ।
ଅନଲାଇନ୍ ଟେଷ୍ଟରେ ଭୁଲ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ହେବ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 1/4 ମାର୍କ କଟାଯିବ। ଅନଲାଇନ୍ ଟେଷ୍ଟର ପ୍ରତ୍ୟେକ ବିଷୟ ପାଇଁ ପ୍ରାର୍ଥୀଙ୍କୁ ସର୍ବନିମ୍ନ ନିର୍ଦ୍ଦିଷ୍ଟ ମାର୍କ ସହିତ ପାସ୍ କରିବାକୁ ପଡିବ।
LPT ଯୋଗ୍ୟତା ଭିତ୍ତିକ ହେବ। ଅନଲାଇନ୍ ଟେଷ୍ଟରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଏକ ଭାଷା ଦକ୍ଷତା ପରୀକ୍ଷା (LPT) ଦେବାକୁ ପଡିବ। ସଂପୃକ୍ତ ରାଜ୍ୟର ସ୍ଥାନୀୟ ଭାଷାରେ LPT ଅନୁଷ୍ଠିତ ହେବ।
ଦରମାର ସ୍କେଲ:
ମନୋନୀତ ପ୍ରାର୍ଥୀମାନେ 10940 - 380 (4) - 12460 - 440 (3) - 13780 - 520 (3) - 15340 - 690 (2) - 16720 - 860 ସ୍କେଲରେ ମାସକୁ 10,940/- ଟଙ୍କା ରୁ ଆରମ୍ଭ କରିବେ। (4) - 20160 - 1180 (1) - 23700 ଏବଂ ଅନ୍ୟାନ୍ୟ ଭତ୍ତା ସବୁ ପାଇବେ ଏ ଗୁଡିକ ସମୟ ସମୟରେ ପରିବର୍ତ୍ତନ ହୁଏ।
ବର୍ତ୍ତମାନ, ଅଫିସ୍ ଆଟେଣ୍ଡାଣ୍ଟମାନଙ୍କ ପାଇଁ ପ୍ରାରମ୍ଭିକ ମାସିକ ସମୁଦାୟ ଦରମା ପ୍ରାୟ ୨୬,୫୦୮/ - ରହିଛି। ଅଫିସ୍ ଆଟେଣ୍ଡାଣ୍ଟମାନେ ଯେଉଁମାନେ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଆବାସରେ ରହିବେ ନାହିଁ ସେମାନେ ହାଉସ୍ ଭଡା ବା ଭତ୍ତା @ 15% ବେତନ ପାଇବାକୁ ଯୋଗ୍ୟ ହେବେ।
ଆବେଦନ ଶୁଳ୍କ :-SC / ST / PwBD / EXS ପାଇଁ 50 / - ଟଙ୍କା |
OBC / EWS / ସାଧାରଣ ପ୍ରାର୍ଥୀଙ୍କ ପାଇଁ 450/- (ପରୀକ୍ଷା ଫି + ଇଣ୍ଟିମେସନ୍ ଚାର୍ଜ)
କିପରି ଆବେଦନ କରିବେ:-
ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ କେବଳ ଅନଲାଇନ୍ ରେ କରିଥିବା ଆବେଦନଗୁଡିକ ଗ୍ରହଣ କରାଯିବ। ଆବେଦନ ଦାଖଲ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ଉପଲବ୍ଧ ନାହିଁ। ଆବେଦନ କରିବାକୁ ପ୍ରଥମେ ଏଇ ଲିଙ୍କ ରେ କ୍ଲିକ କରନ୍ତୁ www.rbi.org.in