maharathy
ଭୁବନେଶ୍ୱର : ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅଧ୍ୟାପିକା ତଥା କବୟିତ୍ରୀ ପ୍ରତିଭା ମହାରଥୀଙ୍କ ସୁକନ୍ୟା ପଲ୍ଲବୀ ମହାରଥୀ ଓଡ଼ିଶା ପାଇଁ ଗୌରବ ଆଆଣିଛନ୍ତି। ସମ୍ପ୍ରତି ସେ ଚେନ୍ନାଇସ୍ଥିତ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟରୁ ପେଡିଆଟ୍ରିକ୍(ଶିଶୁ ରୋଗ) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି।
ଗୁଣ୍ଟୁର୍ ସୈନିକ ସ୍କୁଲ୍ରୁ ମାଟ୍ରିକ୍ ଏବଂ କିଟ୍ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ ସମାପ୍ତି ପରେ ପଲ୍ଲବୀ ପଣ୍ଡିଚେରୀସ୍ଥିତ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରୁ ଏମ୍ବିବିଏସ୍ କରିଛନ୍ତି। ତେବେ ଶିଶୁରୋଗ ବିଶେଷଜ୍ଞ ବିଷୟରେ ସେ ଉଚ୍ଚଶିକ୍ଷା କରି ବିଶ୍ୱବିଦ୍ୟାଳୟରେ ମେଧା ତାଲିକାର ସର୍ବୋଚ୍ଚ ସ୍ଥାନରେ ରହି ଏହି ଗୌରବମୟ କୃତିତ୍ୱ ଲାଭ କରିଛନ୍ତି। ଏଥିପାଇଁ ତାଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁଏସ୍ଆର୍ଏମ୍ ଆୱାର୍ଡ ପ୍ରଦାନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maharathy_1626688706.jpg)