opsc, File Pic for Representational Purpose
ଭୁବନେଶ୍ୱର: ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି।
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ୨୦୨୧ ରୁ ଏପ୍ରିଲ ୫ ତାରଖ ୨୦୨୧ଭିତରେ ଆବେଦନ କରିପାରିବେ। OPSC- opsc.gov.in ର ଅଫିସିଆଲ୍ ୱେବସାଇଟ୍ ରେ ଅନଲାଇନ୍ ମୋଡରେ ପ୍ରାର୍ଥୀମାନେ ଆବେଦନ କରିବେ ।
କେତେ ପଦବୀ ଖାଲି ପଡ଼ିଛି:
୨୨ଟି ସାଇଣ୍ଟିଫିକ ଅଫିସର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥି ମଧ୍ୟରୁ ୧୩ଟି ପୋଷ୍ଟ ଜେନେରାଲ କାଟେଗୋରୀ, ୨ଟି SEBC(Socially and Educationally Backward Classes) ଏବଂ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଜାତି ଓ ୬ଟି ଜନଜାତି ପାଇଁ ସଂରକ୍ଷିତ ରହିଛି।
ଶିକ୍ଷାଗତ ଯୋଗ୍ୟତା:
ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ନିଶ୍ଚିତ ଭାବେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବେ ଏବଂ ସଂପୃକ୍ତ ବିଷୟରେ ଅତିକମ୍ରେ ୬୦% ମାର୍କ ରଖିଥିବେ।
ବୟସ ସୀମା:
ଆବେଦନକାରୀଙ୍କ ବୟସ ଜାନୁୟାରୀ ୧, ୨୦୨୧ ସୁଦ୍ଧା ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବ । ତଥାପି, ଆଦିବାସୀ ଅଧ୍ୟୁଷିତ ଜାତି/ଜନଜାତି/ ମହିଳା / ଏକ୍ସ ସର୍ଭିସମ୍ୟାନ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ।
ପରୀକ୍ଷା ଦେୟ:
ପ୍ରାର୍ଥୀଙ୍କୁ ପରୀକ୍ଷା ଫି ବାବଦରେ ୪୦୦ ଟଙ୍କା ଦେବାକୁ ପଡିବ । ଏହି ଦେୟ କୌଣସି ପରିସ୍ଥିତିରେ ଫେରସ୍ତ ହେବ ନାହିଁ କିମ୍ବା ଅନ୍ୟ କୌଣସି ପରୀକ୍ଷା କିମ୍ବା ନିଯୁକ୍ତି ପାଇଁ ଫି ବାବଦରେ ଏହାକୁ ଆଡଜଷ୍ଟ କରାଯାଇପାରିବ ନାହିଁ । ଏପରିକି ରିଜର୍ଭରେ ମଧ୍ୟ ରଖାଯିବ ନାହିଁ । ତେବେ ଆଦିବାସୀ ଅଧ୍ୟୁଷିତ ଜାତି/ଜନଜାତି/ PWD ପ୍ରାଥୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
OPSC ଗ୍ରୁପ୍ ବି ନିଯୁକ୍ତି ଚୟନ ମାନଦଣ୍ଡ
ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କ୍ୟାରିୟର ମାର୍କିଂ ଏବଂ ସାକ୍ଷାତକାର (100 + 50 ମାର୍କ) ଆଧାରରେ କରାଯିବ। ଅନଲାଇନ୍ ଆବେଦନ ଫର୍ମରେ ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାର କରି ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇ ସର୍ଟଲିଷ୍ଟ କରାଯିବ। ତା’ ପରେ ମନୋନୀତ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।
ପ୍ରାର୍ଥୀମାନେ ଅଧିକ ତଥ୍ୟ ବିଭାଗୀୟ ୱେବସାଇଡ୍କୁ ଯାଇ ପାଇ ପାରିବେ। ସବିଶେଷ ତଥ୍ୟ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/opsc_1626167785.jpg)