Advertisment

ଦଶମ , ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ପାଇଁ CBSE ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ […]

ଦଶମ , ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ପାଇଁ CBSE ନିୟମରେ ପରିବର୍ତ୍ତନ

cbse

Advertisment

ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି।
“ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ ଯେଉଁମାନେ ବୋର୍ଡକୁ ଏଥିପାଇଁ ଅନୁରୋଧ କରିବେ, ନଚେତ୍ ଫଳାଫଳ ଘୋଷଣା ହେବା ସଂଗେ ସଂଗେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସଫ୍ଟ କପି ଡିଜିଲୋକରରେ ଉପଲବ୍ଧ ହେଇ ଯିବ । ”

Advertisment

ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ ସ୍ଥାନାନ୍ତରଣ ପ୍ରମାଣପତ୍ର ବା ମାଇଗ୍ରେସନ ସାର୍ଟିଫିକେଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ସୂଚାଇଥାଏ ଯେ ଛାତ୍ର ଏକ ନିର୍ଦ୍ଦିଷ୍ଟ ବୋର୍ଡର ଛାତ୍ର ଥିଲେ |ଯେତେବେଳେ ଜଣେ ଛାତ୍ର X ଶ୍ରେଣୀ ବା ଦଶମ ଶ୍ରେଣୀ ପରେ ଗୋଟିଏ ବୋର୍ଡରୁ ଅନ୍ୟ ବୋର୍ଡକୁ କିମ୍ବା ଦ୍ୱାଦଶ ଶ୍ରେଣୀ ପରେ ବୋର୍ଡ ପରିବର୍ତ୍ତନ କରେ, ଏବଂ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଆଡମିଶନ କରେ, ସେଇ ସମୟରେ ଏଇ ମାଇଗ୍ରେସନ ସାର୍ଟିଫିକେଟ ଆବଶ୍ୟକ ହୁଏ |
ଏଇ ନୂତନ ବ୍ୟବସ୍ଥା ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବ କାରଣ ସେମାନଙ୍କୁ ଏଇ ମାଇଗ୍ରେସନ ସାର୍ଟିଫିକେଟର ଆବଷ୍ୟକତା ପଡେ ଏବଂ ଡକ୍ୟୁମେଣ୍ଟଗୁଡିକର ୱେବ୍ ଯାଞ୍ଚର ମଧ୍ୟ ଆବଶ୍ୟକତା ହୁଏ |

ସ୍ଥାନାନ୍ତରଣ ପ୍ରମାଣପତ୍ର ବା ମାଇଗ୍ରେସନ ସାର୍ଟିଫିକେଟର ସଫ୍ଟ କପି ପ୍ରଦାନ ପ୍ରସ୍ତାବ ପରୀକ୍ଷା କମିଟି ଦ୍ୱାରା 15 ଡିସେମ୍ବର, 2020 ରେ ଅନୁଷ୍ଠିତ ବୈଠକ ରେ ଅନୁମୋଦିତ ହେବାପରେ ଡିସେମ୍ବର 23 ଡିସେମ୍ବର 2021 ରେ ଅନୁଷ୍ଠିତ ପରିଚାଳନା ପରିଷଦ ବୈଠକ ରେ ମଧ୍ୟ ଅନୁମୋଦିତ ହୋଇଥିଲା । 2021 ପରୀକ୍ଷା ବର୍ଷ ରୁ ଏହି ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ହେବ ଏବଂ 2024 ପରୀକ୍ଷା ଠାରୁ ହାର୍ଡ କପି ପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ