Digapahandi Photograph: (OTV)
ଗୋଟା ଗୋଟା କରି ହାଣିବି... ଖଣ୍ଡା ବୁଲାଇ ୩ ମୁଣ୍ଡ କାଟିବି । ମୁଁ ସୁଶାନ୍ତ ମହାକୁଡ଼...କାହାକୁ ଛାଡିବିନି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଯୁବକଙ୍କ ଦବଙ୍ଗଗିରିର ଭିଡିଓ । ହାତରେ ଧରିଛନ୍ତି ଖଣ୍ଡା । ରିଲ୍ସ କରି ୩ ଜଣଙ୍କୁ ହତ୍ୟା କରିବେ ବୋଲି ଖୁଲମଖୁଲା ଦେଉଛନ୍ତି ଧମକ । ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ ଓରଫ୍ ବଣ୍ଟି । ସୋସିଆଲ୍ ମିଡିଆରେ ଏମିତି ମୁଣ୍ଡ କାଟିବାକୁ ଧମକ ଦେବା ଆଉ ଦାଦାଗିରି ଦେଖାଇହେବା ଖୁବ୍ ମହଙ୍ଗା ପଡିଛି ସୁଶାନ୍ତକୁ । ସବୁ ଦବଙ୍ଗଗିରି ଛଡାଇ ଦେଇଛି ପୋଲିସ ।
ସୁଶାନ୍ତ ତାଙ୍କ ଗାଁର ୩ ଜଣଙ୍କୁ ହତ୍ୟା କରିବ ବୋଲି ଏକ ଖଣ୍ଡା ବୁଲାଇ ଚେତାବନୀ ଦେଇଥିଲା । ଖଣ୍ଡାରେ ସେମାନଙ୍କ ମୁଣ୍ଡ ନେବ କହି ନିଜର ଭିଡିଓ ଉତ୍ତୋଳନ କରିଥିଲା । ଆଉ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ଼ କରି ନିଜେ ଭାଇରାଲ କରିଥିଲା । ବ୍ରହ୍ମପୁର ଏସ୍ପି ଡ଼. ସର୍ବଣା ବିବେକ ଏମ୍ଙ୍କ ଦୃଷ୍ଟିକୁ ଆସିଥିଲା ଏ ଭିଡିଓ ।
ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଗପହଣ୍ଡି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସପି । ଏହାପରେ ପୋଲିସ ସୁଶାନ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତା' ନିକଟରୁ ଖଣ୍ଡା ଓ ମୋବାଇଲ ଫୋନ ଜବତ ହୋଇଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ଯାଇଛି ଅଭିଯୁକ୍ତ ।
ଏବେ ଯୁବପିଢିଙ୍କୁ ଘାରିଛି ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା । ଫେମସ୍ ହେବାକୁ ଜୀବନ ଓ ଭବିଷ୍ୟତକୁ ବି ଲଗାଇ ଦେଉଛନ୍ତି ବାଜିରେ । ସୋସିଆଲ ମିଡିଆରୁ ଅନେକ ସମୟରେ ସାମ୍ନାକୁ ଆସୁଛି ଏପରି ଘଟଣା । ପୋଲିସ ଆକ୍ସନ ବି ନେଉଛି । ତଥାପି ସୁଧୁରୁ ନାହାନ୍ତି ଅମାନିଆ ଯୁବପିଢି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/20/digapahandi-2025-10-20-17-15-22.jpg)