Advertisment

Youth Beaten to Death: ଚୋର ସନ୍ଦେହରେ ଯୁବକଙ୍କୁ ମାରିଦେଲେ, ସାର୍ଦ୍ଦୁଳ ଗାଁରେ ପୋଲିସ ଛାଉଣୀ

ଭଞ୍ଜନଗର ସାର୍ଦ୍ଦୁଳ ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା। ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର।

Youth Beaten to Death

Youth Beaten to Death Photograph: (OTV)

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସାର୍ଦ୍ଦୁଳ ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା। ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ପିଟିଲେ ଗାଁ ଲୋକ। ମୃତକ ହେଲେ କନ୍ଧମାଳ ଜିଲ୍ଲାର କୁରୁମୁଙ୍ଗିଆ ଗାଁର ବାନଧର ପ୍ରଧାନ। ଗତକାଲି ରାତିରେ ଗାଁରେ ୨ଜଣ ଚୋରି କରୁଥିବା ବେଳେ ଜଣକୁ କାବୁ କରିଥିଲେ ଗାଁ ଲୋକେ। 

Advertisment

ପରେ ଚୋରକୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚୋରକୁ ଉଦ୍ଧାର ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଯୁବକଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏନେଇ ତଦନ୍ତ ଜାରି ରଖିଛି ପୋଲିସ।

Youth Beaten To Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ