Advertisment

Woman Attacked in Bhubaneswar: ଭୁବନେଶ୍ୱରରେ ବୁଲିଲା ଖଣ୍ଡା, ମହିଳାଙ୍କୁ ଆକ୍ରମଣ କଲେ ପଡୋଶୀ

ଭୁବନେଶ୍ୱର ସତସଙ୍ଗ ବିହାର ଛକରେ ବୁଲିଲା ଖଣ୍ଡା। ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କଲେ ପଡ଼ୋଶୀ। ଚୋରି ଅଭିଯୋଗରେ ପୋଲିସ କେସ୍ ଦେବାରୁ ଆକ୍ରମଣ।

Woman Attacked

Woman Attacked Photograph: (OTV)

Advertisment

ଭୁବନେଶ୍ୱର ସତସଙ୍ଗ ବିହାର ଛକରେ ମହିଳାଙ୍କୁ ଆକ୍ରମଣ। ପଡ଼ୋଶୀ ନାଁରେ ଚୋରି ନେଇ ଥାନାରେ ଅଭିଯୋଗ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶହୀଦନଗର ଥାନା ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ମହିଳା ଜଣଙ୍କ ବାଲିଆପଟା ବସ୍ତିର କନକଲତା ସାହୁ। ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

Advertisment

ପଡୋଶୀ ଜଣଙ୍କ ମୋବାଇଲ୍ ଓ ଟଙ୍କା ନେଇଥିବା ନେଇ ସହୀଦନଗର ଥାନାରେ ଏତଲା ଦେଇଥିଲେ ମହିଳା। ଆଜି ଟଙ୍କା ଫେରେଇବା କହି ଡାକିଆଣି ୫ରୁ୬ ଜଣ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ଶହୀଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକକୁ ଅଟକ ରଖିଛି ପୋଲିସ।ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Bhubaneswar Woman Attacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ