Advertisment

Shocking twist in wedding: ବେଦୀରେ ହାତଗଣ୍ଠି ପଡିବାର ମାତ୍ର ୨ ଘଣ୍ଟାରେ ଭାଙ୍ଗିଗଲା ବାହାଘର ! ବରଙ୍କୁ କନ୍ୟା ପକ୍ଷର ଲୋକମାନେ ନିସ୍ତୁକ ପିଟିଲେ

କନ୍ୟା ଘର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବର ଭଲ ଘର ଏବଂ ଭଲ ଚାକିରୀର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାହାଘରକୁ କମ୍ ଅଳଙ୍କାର ଆଣିଥିଲେ । ଏହା ସନ୍ଦେହ  ସୃଷ୍ଟି କରିଥିଲା । ବିବାଦ ଏତେ ବଢ଼ିଗଲା ଯେ ବରଙ୍କୁ ମାଡ଼ମାରି ବନ୍ଧକ ରଖିଥିଲେ।

Wedding

Wedding Photograph: (OTV)

Advertisment

କନ୍ୟା ଘର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବର ଅଙ୍କିତ ବର୍ମା ଭଲ ଘର ଏବଂ ଭଲ ଚାକିରୀର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାହାଘରକୁ କମ୍ ଅଳଙ୍କାର ଆଣିଥିଲେ । ଏହା ସନ୍ଦେହ  ସୃଷ୍ଟି କରିଥିଲା । ବିବାଦ ଏତେ ବଢ଼ିଗଲା ଯେ ବରଙ୍କୁ ମାଡ଼ମାରି ବନ୍ଧକ ରଖିଥିଲେ।

Advertisment

ରାତିସାରା ଗଣ୍ଡଗୋଳ ପରେ ବରର ଭାଇଭଉଣୀମାନେ କନ୍ୟା ପକ୍ଷକୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଗଣ୍ଡଗୋଳ ବା ବିବାଦ ଥମିଥିଲା । ହାତଗଣ୍ଠି ପଡିବାର କିଛି ଘଣ୍ଟା ପରେ ଭାଙ୍ଗି ଯାଇଥିଲା ବାହାଘର ।  

ମଥୁରାରେ ସାତ ଫେରା ପଡ଼ିବାର ମାତ୍ର ଦୁଇ ଘଣ୍ଟା ପରେ ବିବାହର ସଂପର୍କ ଭାଙ୍ଗିଗଲା। ଅଳଙ୍କାର କମ୍ ଥିବାରୁ ଆରମ୍ଭ ହୋଇଥିଲା ବିବାଦ । ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ କନ୍ୟା ପକ୍ଷର ଲୋକମାନେ ବରକୁ ମାଡ଼ ମାରିବାକୁ ପଛାଇନଥିଲେ । ବରକୁ ମାଡ଼ ମାରି ଡ୍ରେସ ଚିରିଦେଲେ । କଥା ସେତିକିରେ ଅଟକିନଥିଲା । ବରକୁ ବନ୍ଧକ ରଖିଥିଲେ କନ୍ୟା ପକ୍ଷର ଲୋକ । ଛାଡ଼ିନଥିଲେ ବର ଅଙ୍କିତ ବର୍ମାଙ୍କୁ ।  

Advertisment

ଏହି ବିବାହ ଏକ ବାହାଘର ଡଟ୍ କମ୍ ମାଧ୍ୟମରେ ନିର୍ଦ୍ଧାରିତ ହୋଇଥିଲା ।  କେହି ମଧ୍ୟସ୍ଥି ନଥିଲେ ।  ପୂର୍ବରୁ ଦୁଇ ପକ୍ଷ କେହି କାହାରିକୁ ଜାଣିନଥିଲେ । ଅଙ୍କିତ ବର୍ମା ମୂଳତଃ କାନପୁରର ବାସିନ୍ଦା । ସିଏ ବର୍ତ୍ତମାନ ମଥୁରାର ଗଲି ସୁନାରାନ୍ରେ  ଏକ ଭଡ଼ା ଘରେ ରହୁଛନ୍ତି। କନ୍ୟା ପକ୍ଷର ଲୋକମାନେ ଗତ ଚାରି ଦିନ ଧରି ମଥୁରାରେ ରହିଥିଲେ।ସୂଚନା ଅନୁଯାୟୀ, ବରଙ୍କ ପିତାଙ୍କର ପୂର୍ବରୁ ଦେହାନ୍ତ ହୋଇସାରିଛି। ବିବାହ ରୀତିନୀତି ପରେ କନ୍ୟାକୁ ଅଳଙ୍କାର ଦିଆନଯିବା ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ଏହା ହିଂସାତ୍ମକ ରୂପ ନେଇଥିଲା । ବିବାହ ଭାଙ୍ଗି ଯାଇଥିଲା । 
 

କନ୍ୟାଘର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବର ଅଙ୍କିତ ବର୍ମା ନିଜର ଘର ଏବଂ ଭଲ ଚାକିରୀ ଥିବାର ମିଥ୍ୟା କଥା କହିଥିଲେ । ଏହା ପରେ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବାହାଘର ପରେ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ଧରାପଡିଯାଇଥିଲା ।   ବାହାଘର ସ୍ଥାନରେ ରାତିସାରା ହୋହଲ୍ଲା ଚାଲିଥିଲା । ପାଟିତୁଣ୍ଡ ଭିତରେ ସମାଧାନ ହୋଇଥିଲା ଯେ ବର ପକ୍ଷ କନ୍ୟା ପକ୍ଷକୁ ୨ ଲକ୍ଷ ଟଙ୍କା ଦେବେ । ତାହା ହିଁ ହୋଇଥିଲା । ଏହି ଟଙ୍କା ମିଳିବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଯାଇଥିଲେ । ବର ଶିଶୁପାଳ ହୋଇ ଫେରିଥିଲେ । କନ୍ୟା ମଧ୍ୟ ନିଜ ଘରକୁ ଚାଲିଯାଇଥିଲେ । 

Advertisment

Groom Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ