Advertisment

Valentine's Day Murder: ଭାଲେଣ୍ଟାଇନ ଡେ'ରେ ବନ୍ଦ କାର୍‌ ଭିତରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ, WhatsApp ଖୋଲିଲା ମର୍ଡର ପଛର ସତ

ରକ୍ତରେ ଭିଜିଲା ଭାଲେଣ୍ଟାଇନ ଡେ'। ପ୍ରେମିକାର ଶବ ପାଖରେ ପ୍ରେମିକର ଆତ୍ମହତ୍ୟା । WhatsApp ଖୋଲିଲା ଅସଲ ସତ । ଭାଲେଣ୍ଟାଇନ ଡେ'ରେ ଘଟିଛି ଏମିତି ଚାଞ୍ଚଲ୍ୟକର ମର୍ଡର ।

Noida

Noida Photograph: (OTV)

Advertisment

ରକ୍ତରେ ଭିଜିଲା ଭାଲେଣ୍ଟାଇନ ଡେ' । କାର୍ ଭିତରୁ ମିଳିଲା ପ୍ରେମୀଯୁଗଳଙ୍କ ଲାସ୍ । ପ୍ରେମିକାର ଶବ ପାଖରେ ପ୍ରେମିକର ଆତ୍ମହତ୍ୟା । ଭାଲେଣ୍ଟାଇନ ଡେ'ରେ ନୋଏଡାରେ ଘଟିଛି ଏମିତି ଚାଞ୍ଚଲ୍ୟକର ମର୍ଡର ।  ରାସ୍ତାକଡରେ ଗୋଟିଏ ବନ୍ଦ କାର୍‌ ଭିତରୁ ଦୁଇ ପ୍ରେମୀଯୁଗଳଙ୍କ ମୃତଦେହ ମିଳିଛି । ମୃତକ ହେଲେ ନୋଏଡାର ୨୬ ବର୍ଷୀୟା ରେଖା ଓ ଦିଲ୍ଲୀ ତ୍ରିଲୋକପୁର ଅଞ୍ଚଳର ୩୨ ବର୍ଷୀୟ ସୁମିତ୍ ।

Advertisment

୧୫ ବର୍ଷର ପ୍ରେମ:

କାର୍‌ ଭିତରୁ ବନ୍ଦ ଥିବାରୁ ସୁମିତ ପ୍ରଥମେ ପ୍ରେମିକାକୁ ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ସୁମିତ ଓ ରେଖା ୧୫ ବର୍ଷ ହେଲା ପ୍ରେମସଂପର୍କ ଥିଲେ । ଉଭୟଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କର ସଂପର୍କ ବିଷୟରେ ଜାଣିଥିଲେ । ହେଲେ ଏଠି ପ୍ରଶ୍ନ ଉଠୁଛି, ଏମିତି କ'ଣ ଘଟିଲା ? କାହିଁକି ଏତେ ବଡ଼ କଠୋର ନିଷ୍ପତ୍ତି ନେଲେ ସୁମିତ୍ ?

ପ୍ରେମିକାର ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା:

ଯାହା ଜଣାପଡିଛି, ସୁମିତ୍ ଆତ୍ମହତ୍ୟା କରିବା ପୂର୍ବରୁ ହ୍ୱାର୍ଟ୍ସଆପ୍‌ରେ ଏକ ମେସେଜ୍ ଲେଖିଥିଲେ । ଏଥିରେ ଲେଖାଥିଲା- 'ମୋ ଆତ୍ମହତ୍ୟା ପାଇଁ ରେଖା ଦାୟୀ । ମୁଁ ଓ ରେଖା ୧୫ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲୁ ଓ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ହେଲେ ଏବେ ରେଖା ମୋତେ ଛାଡି ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଛି । ଏଥିପାଇଁ ମୁଁ ଆତ୍ମହତ୍ୟା କରୁଛି ।' 

Advertisment

ସେପଟେ ସୁମିତ୍‌ଙ୍କ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗ କରିଛନ୍ତି । ସୁମିତ୍ ଅନ୍ୟ ଜାତିର ହୋଇଥିବାରୁ ଝିଅର ଘରଲୋକେ ଦୁହିଁଙ୍କ ସଂପର୍କରେ ଖୁସି ନଥିଲେ ଏବଂ ଧମକଚମକ ଦେଉଥିଲେ । 

ଘଟଣାର ଦିନକ ପୂର୍ବରୁ ଉଭୟ ସୁମିତ୍ ଓ ରେଖା ନିଖୋଜ ହୋଇଯାଇଥିଲେ । ଦିନକ ପରେ କାର୍‌ ଭିତରୁ ଦୁହିଁଙ୍କର ମୃତଦେହ ମିଳିଥିଲା । ତେଣୁ ଜାତିଭେଦକୁ କେନ୍ଦ୍ରକରି ଦୁହିଁଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି 

Noida Murder Murder valentines day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ