Advertisment

Unsafe Capital: ଅସାମାଜିକଙ୍କ ଦୌରାତ୍ମ୍ୟ; ସର୍ବସମ୍ମୁଖରେ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ବରରେ ଯୁବତୀଙ୍କୁ ପାର୍କରେ ଅସଦାଚରଣ। ସର୍ବସମ୍ମୁଖରେ ଯୁବତୀଙ୍କୁ ଅସାମାଜିକଙ୍କ ଅସଦାଚରଣ ଅଭିଯୋଗ। ପୁରୁଷ ବନ୍ଧୁ ସାମ୍ନାରେ ଅସଦାଚରଣର ଭିଡ଼ିଓ ଭାଇରାଲ୍।

Woman Harassed Openly

Woman Harassed Openly Photograph: (OTV)

Advertisment

ରାଜଧାନୀ ଭୁବନେଶ୍ବରରେ ଚାଲିଛି କ’ଣ? ସର୍ବସମ୍ମୁଖରେ ଜଣେ ଯୁବତୀଙ୍କୁ ଯେଭଳି ଅସଦାଚରଣ କରିଛନ୍ତି ଅସାମାଜିକ। ଯାହାର ଭିଡ଼ିଓ ଭାଇରାଲ୍ ହେବା ପରେ ବଢ଼ିଛି ଆତଙ୍କ। ପ୍ରାଥମିକ ସୂଚନା ଅନୁଯାୟୀ, ଏକ ପାର୍କରେ ଖୁଲମଖୁଲା ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ। ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। 

Advertisment

କ୍ୟାପିଟାଲ ଥାନା ଅନ୍ତର୍ଗତ ଏକ ପାର୍କରେ ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି। ଏଥିରେ ୨ରୁ ୩ ଜଣ ଦୁର୍ବତ୍ତ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି ଭିଡ଼ିଓରେ। କ୍ୟାପିଟାଲ ଥାନାରେ ଏ ସଂପର୍କରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

•    ଭୁବନେଶ୍ବରରେ ଯୁବତୀଙ୍କୁ ପାର୍କରେ ଅସଦାଚରଣ
•    ସର୍ବସମ୍ମୁଖରେ ଯୁବତୀଙ୍କୁ ଅସାମାଜିକଙ୍କ ଅସଦାଚରଣ ଅଭିଯୋଗ
•    ପୁରୁଷ ବନ୍ଧୁ ସାମ୍ନାରେ ଅସଦାଚରଣର ଭିଡ଼ିଓ ଭାଇରାଲ୍ 
•    ୨ରୁ ୩ ଦୁର୍ବୃତ୍ତ ଦୁର୍ବ୍ୟବହାର କରୁଥିବା ଭିଡ଼ିଓରେ ରହିଛି
•    ଅଭିଯୋଗ ପରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଜାରି

Advertisment
Women Harrasment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ