Cyber Fraud Photograph: (OTV)
ମାମୁ- ଭାଣିଜୀ ମିଶି କରିଥିଲେ ଗ୍ୟାଙ୍ଗ। ସୁବିଧାସୁଯୋଗ ଦେଖି କରୁଥିଲେ ସାଇବର ଠକେଇ। ଦେଖୁଦେଖୁ ଆକାଉଣ୍ଟ ଖାଲି କରି ଦେଉଥିଲେ। ଏପରି କୋଟି କୋଟି ଟଙ୍କା ଠକେଇ କରି ମାମୁ ଭାଣିଜୀ ପୋଲିସକୁ ଦେଉଥିଲେ ଚକମା। ସେମାନେ ପାଲଟି ଯାଇଥିଲେ ପରସ୍ପରର କ୍ରାଇମ ପାର୍ଟନର। ଆଉ ଦେଖିଚାହିଁ ଲୋକଙ୍କ ଆକାଉଣ୍ଟ ଖାଲି କରିବାରେ ଥିଲେ ସିଦ୍ଧହସ୍ତ। ଏପରି ଏକ ଠକ ମାମୁ ଭାଣିଜୀ ଯୋଡ଼ିକୁ ବାନ୍ଧିଛି ବ୍ରହ୍ମପୁର ସାଇବର ଥାନା ପୋଲିସ୍।
ଗିରଫ ମାମୁ ସତ୍ୟ ନାରାୟଣ ଦାଶ ଓ ତାଙ୍କ ଭାଣିଜୀ। ଏ ଦୁହେଁ ସାରା ଭାରତର ୧୦ରୁ ଉର୍ଦ୍ଧ୍ବ ଜିଲ୍ଲାର ୩୦ପୋଲିସ ଥାନା ସହ ସଂପୃକ୍ତ ସାଇବର ଠକେଇ ମାମଲାରେ ଏହି ଆକାଉଣ୍ଟ ବ୍ୟବହାର କରି କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛନ୍ତି। ଅଭିଯୁକ୍ତମାନେ ତାଙ୍କର ଆତ୍ମୀୟଙ୍କ ନାମରେ ୮ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଗୁଡିକୁ ସାଇବର ଅପରାଧୀମାନଙ୍କୁ ଦେଇଥିଲେ। ଏହି ଆକାଉଣ୍ଟ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟର ନିର୍ଦ୍ଦୋଷ ଲୋକଙ୍କୁ ଠକି ନିଆଯାଇଥିବା ଟଙ୍କା ଜମା ଓ ଟ୍ରାନ୍ସଫର କରାଯାଉଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଗତ ବର୍ଷେ ଧରି ଏହି ଆକାଉଣ୍ଟ ମାଧ୍ୟମରେ ଠକେଇ ହୋଇଛି।
ପୋଲିସ୍ ସେମାନଙ୍କୁ ବାନ୍ଧିବା ସହ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରୁଛି। ତେବେ ଏହି ଚେର କେତେ ଦୂର ଲମ୍ବିଛି ସେମାନେ କେବେଠୁ ଏଥିରେ ମାତିଥିଲେ। ସମୁଦାୟ ସେମାନେ କେତେ ଟଙ୍କା ଲୁଟିଛନ୍ତି ଓ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/cyber-fraud-2026-03-09-10-55-50.jpg)