Advertisment

Murder In Bhubneswar: ରାଜଧାନୀରେ କଥା କହୁଛି ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି...ଗଡୁଛି ମୁଣ୍ଡ

ରାଜଧାନୀରେ କଥା କହୁଛି ବନ୍ଧୁକ। କଥା କଥାକେ ଫୁଟୁଛି ଗୁଳି। ଗଲା କିଛି ଦିନ ଭିତରେ ସ୍ମାର୍ଟ ସିଟିରେ ଘଟିଲାଣି ଏକାଧିକ ଗୁଳିକାଣ୍ଡ। ଯାହା କମିଶନରେଟ୍ ପୋଲିସ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ।

murder

murder Photograph: (OTV)

Advertisment

ରାଜଧାନୀରେ କଥା କହୁଛି ବନ୍ଧୁକ। କଥା କଥାକେ ଫୁଟୁଛି ଗୁଳି। ଗଲା କିଛି ଦିନ ଭିତରେ ସ୍ମାର୍ଟ ସିଟିରେ ଘଟିଲାଣି ଏକାଧିକ ଗୁଳିକାଣ୍ଡ। ଯାହା କମିଶନରେଟ୍ ପୋଲିସ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ। ଅପରାଧୀ ପୋଲିସ ଅପେକ୍ଷା ଆଇନକୁ ନିଜ ହାତକୁ ନେଇ ଘଟାଉଛନ୍ତି ଅପରାଧ।

Advertisment

ଗତ ୫ ତାରିଖରେ ଇନଫୋ ଭ୍ୟାଲି ଥାନା ଦେଉଳିଆ ପାଟଣା ଭାଇ ଭାଇ ମଠରେ ହୋଇଥିଲା ଗୁଳିକାଣ୍ଡ। ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଥିଲେ। ମଠର ମହନ୍ତଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆସିବା ପରେ, ଗୁଳି କରିବାକୁ ପଛାଇନଥିଲେ ଦୁଇ ଯୁବକ। ପରେ ସେମାନଙ୍କୁ ଭଦ୍ରକରୁ ଗିରଫ କରିଥିଲେ ଇନଫୋ ଭ୍ୟାଲି ଥାନା ପୋଲିସ। 

ସେମିତି ରାଜଧାନୀ ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଡ୍ୟୁଟିକୁ ଆସିବାବେଳେ ଭୁବନେଶ୍ବର ଏମ୍ସର ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ସୁଧାଂଶୁଙ୍କୁ ୩ ରାଉଣ୍ଡ ଗୁଳି ମାରିବା ପରେ ଗୁରୁତର ଅବସ୍ଥାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଏପଟେ ଇନଫୋସିଟି ଥାନା ଚୁନୂକୋଳି ବସ୍ତି ନିକଟରେ ଜଣେ ଯୁବକଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି।...

ଅକ୍ଟୋବର ୫
ଇନଫୋ ଭ୍ୟାଲି ଥାନା ଦେଉଳିଆପାଟଣାରେ ଗୁଳିକାଣ୍ଡ
ଭାଇ ଭାଇ ମଠର ମହନ୍ତାଙ୍କୁ ହୋଇଥିଲା ହତ୍ୟା ଉଦ୍ୟମ
ଗୁଳିମାଡ଼ରେ ଗୁରୁତର ହୋଇଥିଲେ ଦୁଇ ଜଣ
୨ ଅଭିଯୁକ୍ତଙ୍କୁ ଭଦ୍ରକରୁ ଗିରଫ କରିଥିଲା ପୋଲିସ

Advertisment

ଅକ୍ଟୋବର ୧୩
ରାଜଧାନୀ ଉପକଣ୍ଠ ସରକନ୍ତରାରେ ଗୁଳି ମାଡ଼
ଏମ୍ସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି
ଗୁଳିମାଡ଼ରେ ଏମ୍ସର ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତ୍ୟୁ
ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁଧାଂଶୁ ଖୁଣ୍ଟିଆଙ୍କ ମୃତ୍ୟୁ

ଅକ୍ଟୋବର ୧୩
ଇନଫୋସିଟି ଥାନା ଚୁନୂକୋଳି ବସ୍ତି ନିକଟରେ ଯୁବକଙ୍କୁ ହତ୍ୟା
ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଅଭିଯୋଗ
ଯୁବକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ
ହତ୍ୟା ପଛର କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ