Advertisment

Tragic End to Marital Dispute: ରାସ୍ତାରେ ବାଇକ୍ ରଖି ବିଷ ପିଇ ଦେଲେ ବାପା-ମା , ରାତିସାରା ଜଙ୍ଗଲରେ ଜଗି ରହିଥିଲା ୫ ବର୍ଷିୟ ପୁଅ

ମୃତ ଦମ୍ପତ୍ତି ହେଉଛନ୍ତି ଦୁଷ୍ମନ୍ତ ମାଝୀ ଏବଂ ତାଙ୍କ ପତ୍ନୀ ରିଙ୍କି ମାଝୀ। ଉଭୟଙ୍କ ମଧ୍ୟରେ ଲାଗିରହିଥିଲା ପାରିବାରିକ ବିବାଦ। ପତ୍ନୀକୁ ଧରି ଶ୍ବଶୁର ଘରୁ ବାଇକରେ ଫେରୁଥିଲେ ଦୁଷ୍ମନ୍ତ।

COUPLE-SUICIDE

COUPLE-SUICIDE Photograph: (OTV)

Advertisment

ଦାମ୍ପତ୍ୟ କଳହ ଭିତରେ କରୁଣ ପରିଣତି। ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇଦେଲେ ବାପା, ମା’। ହେଲେ ମୃତ ବାପାକୁ ଏବଂ ଗୁରୁତର ମା’କୁ ରାତି ତମାମ ଜଙ୍ଗଲ ଭିତରେ ୫ ବର୍ଷିୟ ପୁଅ ଜଗିରହିଲା। ରାତି ପାହିବା ପରେ ରାସ୍ତା ଉପରକୁ ଆସି ସାହାଯ୍ୟ ମାଗିଲା। କିନ୍ତୁ, ଦୁର୍ଭାଗ୍ୟ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି ପରେ ବି ମା’ ଚାଲିଗଲା ଆରପାରିକୁ। ଏବେ ସେହି ୫ ବର୍ଷିୟ ପୁଅ ବାପା-ମା ଛେଉଣ୍ଡ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଅଞ୍ଚଳରେ।

Advertisment

ମୃତ ଦମ୍ପତ୍ତି ହେଉଛନ୍ତି ଦୁଷ୍ମନ୍ତ ମାଝୀ ଏବଂ ତାଙ୍କ ପତ୍ନୀ ରିଙ୍କି ମାଝୀ। ଉଭୟଙ୍କ ମଧ୍ୟରେ ଲାଗିରହିଥିଲା ପାରିବାରିକ ବିବାଦ। ପତ୍ନୀକୁ ଧରି ଶ୍ବଶୁର ଘରୁ ବାଇକରେ ଫେରୁଥିଲେ ଦୁଷ୍ମନ୍ତ। ହେଲେ ମଝି ରାସ୍ତାରେ କ’ଣ ହେଲା କେଜାଣି, ଜଙ୍ଗଲ ଭିତରେ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିରହିଥିଲେ ପତି-ପତ୍ନୀ। ଆଉ ଉଭୟଙ୍କୁ ଅସହାୟ ଅବସ୍ଥାରେ ଜଗିରହିଥିଲା ୫ ବର୍ଷିୟ ଟିକି ପୁଅଟି। ରାତିର ଅନ୍ଧାର ଭିତରେ କଅଁଳ ଶିଶୁପୁତ୍ରଟି କ’ଣ ବା କହିବ, କାହାକୁ କେମିତି ଜଣାଇବ, ବୁଝି ପାରୁନଥିଲା ସେ। ରାତି ପାହିବା ପରେ ଜଙ୍ଗଲ ଭିତରୁ ରାସ୍ତା ଉପରକୁ ଆସି ଲୋକଙ୍କୁ ସହାୟତା ମାଗିଥିଲା ପୁଅଟି। ଜଙ୍ଗଲ ଭିତରକୁ ଯାଇ ଲୋକେ ଦେଖିବାକୁ ପାଇଲେ ବାପା ଦୁଷ୍ମନ୍ତ ଏବଂ ମା’ ରିଙ୍କିଙ୍କ ଅବସ୍ଥା ଥିଲା ସଙ୍କଟାପନ୍ନ।

ଏ ସଂପର୍କରେ ଖବର ପାଇବା ପରେ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ପୋଲିସ ପହଞ୍ଚି ଉଦ୍ଧାର କରିଥିଲା ବାପା-ମା ସହ ଶିଶୁପୁତ୍ରକୁ। ଆଉ ଅନୁଗୁଳ ଛେଣ୍ଡିପଦା ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରିଥିଲେ ବି ପ୍ରଥମେ ବାପା ଦୁଷ୍ମନ୍ତ ପରେ ମା’ ରିଙ୍କିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଶଙ୍କା କରାଯାଉଛି, ଦାମ୍ପତ୍ୟ କଳିରୁ ଉଭୟେ ଜଙ୍ଗଲ ଭିତରକୁ ଯାଇ ବିଷ ପିଇଦେବାରୁ ଏଭଳି ଘଟଣା ଘଟିଥାଇପାରେ। ଏସବୁ ଭିତରେ ସବୁଠୁ ଆଶ୍ବସ୍ତିକର କଥା ହେଉଛି, ରାତି ତମାମ ସଙ୍କଟାପନ୍ନ ଅବସ୍ଥାରେ ଥିବା ବାପା-ମା’କୁ ୫ ବର୍ଷିୟ ପୁଅଟି ଜଙ୍ଗଲ ଭିତରେ ଜଗିରହିଥିଲେ ବି ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି।....

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ