PITABASHA-MURDER-SHOOTER-ARREST Photograph: (OTV)
ସାର୍ପ ସୁଟର୍, ସୁପାରି କିଲିଂ... ପୂରା ଥ୍ରୀଲର ଫିଲ୍ମ ଷ୍ଟାଇଲ୍ । ବିହାରରୁ ୨ ଜଣ ଆସିଥିଲେ, ଜଣେ ସାର୍ପସୁଟର ଭାବେ ବ୍ୟବହାର ହୋଇଥିଲା, ଆଉ ଜଣେ ସାମିଲ ଥିଲା ରେକି ଟିମରେ... ଘର ପାଖରେ ପଏଣ୍ଟ ବ୍ଲାଙ୍କରୁ କରିଥିଲେ ଫାୟାରିଂ । ଖୋଲୁଛି ଆଇନଜୀବୀ ପୀତବାସ ମର୍ଡର ମିଷ୍ଟ୍ରୀ । ଧରାପଡିଛନ୍ତି କିଲର୍ । ୨ କିଲ୍ରଙ୍କୁ ବିହାରରୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ ।
ହେଲେ କାହିଁକି ପୀତବାସୀଙ୍କୁ ପଣ୍ଡାଙ୍କୁ କରାଯାଇଥିଲା ହତ୍ୟା ? କିଏ ଦେଇଥିଲା ସୁପାରୀ ? ମର୍ଡର ପଛରେ ରହିଛି କି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ? କିଏ ସେ ମାଷ୍ଟରମାଇଣ୍ଡ ? ଗୁଳି କରିଥିବା ସାର୍ପ ସୁଟର ଧରାପଡିବା ପରେ ମାଷ୍ଟରମାଇଣ୍ଡର ମଧ୍ୟ ପତ୍ତା ମିଳିଥିବା ମିଳୁଛି ସୂଚନା । ଦିଲ୍ଲୀରୁ ପୋଲିସ ମାଷ୍ଟରମାଇଣ୍ଡକୁ ଧରିଥିବା ଶୁଣିବାକୁ ମିଳୁଛି । ହେଲେ ଏନେଇ ପୋଲିସ ପକ୍ଷରୁ ଏ ଯାଏଁ କୌଣସି ପ୍ରତିକ୍ରିୟା ମିଳିନି ।
ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା। ରାତି ପ୍ରାୟ ୧୦ଟା । ଧଳା ସାର୍ଟ, ମୁଣ୍ଡରେ କଳା ହେଲମେଟ୍ ପିନ୍ଧି ଆସିଥିଲେ ୨ ଦୁର୍ବୃତ୍ତ । ପଏଣ୍ଟ୍ ବ୍ଲାଙ୍କରୁ କରିଥିଲେ ଗୁଳି । ଆଉ ଫେରାର୍ ହୋଇଯାଇଥିଲେ । ବ୍ରହ୍ମପୁରରୁ ଥରାଇ ଦେଇଥିଲା ଏହି ହତ୍ୟାକାଣ୍ଡ । ଆରମ୍ଭ ହୋଇଥିଲା ତନାଘନା । ସହରର ସବୁ ସିସିଟିଭିକୁ ଛାନଭିନ୍ କରାଯାଇଥିଲା । ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ବିହାର, ଦିଲ୍ଲୀ,କୋଲକତାରେ ଖୋଳତାଡ କରିଥିଲା ଓଡିଶା ପୋଲିସ ସ୍ବତନ୍ତ୍ର ଟିମ୍ । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ୯ ଦିନ ପରେ ବିହାରରୁ ୨ ଜଣ ସାର୍ପ ସୁଟର ଧରାପଡିବା ପରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ଖୁବଶୀଘ୍ର ସବୁ ଅଭିଯୁକ୍ତଙ୍କୁ ଧରିବୁ ବୋଲି କହିଛନ୍ତି ଡିଜିପି ।
ଅନ୍ୟପଟେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି। ଖୁବଶୀଘ୍ର ହେବ ଏହି ହତ୍ୟାକାଣ୍ଡର ଖୁଲାସା କରିବ ପୋଲିସ । ପୀତବାସଙ୍କ ମୁଖ୍ୟ କିଲର୍ କିଏ ? କାହିଁକି ହତ୍ୟା କଲେ ? ରାଜନୈତିକ, ବ୍ୟକ୍ତିଗତ ନା ବୃତ୍ତିଗତ ଶତ୍ରୁତା ? ଏସବୁ ଉପରୁ ହଟିବ ପରଦା...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/pitabasha-murder-shooter-arrest-2025-10-16-16-15-39.jpg)