Advertisment

Kidnapping & Beating Case: ବାଟ ହୁଡୁଛନ୍ତି ନାବାଳକ, ପାଠ ଛାଡି ଭାଇଗିରିରେ ମନ...ଭିଡିଓ ଭାଇରାଲ୍ କରି ପତିଆରା ଜାହିର କରିବାକୁ ଉଦ୍ୟମ

ବାଟ ହୁଡୁଛନ୍ତି ନାବାଳକ। ପାଠ ଛାଡି ଭାଇଗିରିରେ ମନ । ଅପରାଧ ଦୁନିଆକୁ ଆପଣାଇ ଜାହିର କରିବାକୁ ଚାହୁଁଛନ୍ତି ପତିଆରା। ରାଜଧାନୀରେ ନାବାଳକକୁ ଅପହରଣ ପରେ ମାଡ଼ ମାରିବା ଘଟଣାରେ ୭ ଜଣଙ୍କୁ ବାନ୍ଧିଛି ପୋଲିସ ।

MINOR-IN-CRIME

MINOR-IN-CRIME Photograph: (OTV)

Advertisment

ବାଟ ହୁଡୁଛନ୍ତି ନାବାଳକ। ପାଠ ଛାଡି ଭାଇଗିରିରେ ମନ । ଅପରାଧ ଦୁନିଆକୁ ଆପଣାଇ ଜାହିର କରିବାକୁ ଚାହୁଁଛନ୍ତି ପତିଆରା। ରାଜଧାନୀରେ ନାବାଳକକୁ ଅପହରଣ ପରେ ମାଡ଼ ମାରିବା ଘଟଣାରେ ୭ ଜଣଙ୍କୁ ବାନ୍ଧିଛି ପୋଲିସ । 

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋପୀନାଥପୁର ଅଞ୍ଚଳର ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ ପରେ କିଭଳି ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଘର ଲୋକଙ୍କୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଆଉ ଏହି ଭିଡିଓକୁ ଭାଇରାଲ କରି ଭାଇଗିରିର ଦବଦବା ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଭିଡିଓ ଭାଇରାଲ ପରେ ଧଉଳି ଥାନା ପୋଲିସ ପୋଲିସ ମାମଲା ରଜୁ କରି ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣଙ୍କୁ କାବୁ କରିଛି l 

ଖାଲି ଧାଉଳି ଘଟଣା ନୁହେଁ । ଆପଣଙ୍କ ଛାତି ଥରେଇଲା ଭଳି ଘଟଣା ଘଟିଛି ଏୟାର୍ ଫିଲ୍ଡ ଥାନା ଅଞ୍ଚଳରେ।  ନା‍‍ବାଳିକାକୁ ତ୍ରିକୋଣୀୟ ପ୍ରେମ, ଆଉ ପ୍ରେମ ପରେ ଦୁଇ ନାବାଳକ ମଧ୍ୟରେ ଫାଇଟ। କେବଳ ଫାଇଟ ନୁହେଁ, ସତେ ଯେମିତି ଭାଇଗିରି ଦେଖାଇବା ପାଇଁ ଗ୍ୟାଙ୍ଗୱାର। ଜଣେ ନାବାଳକକୁ ଯିଏ ଆସୁଛି ସିଏ ମାରୁଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏନେଇ ନାବାଳକଙ୍କ ମା' ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏଭଳି କ୍ଷେତ୍ରରେ ନାବାଳକ ମାନଙ୍କୁ ପରିବାର ପକ୍ଷରୁ କାଉନସେଲିଂର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ