Advertisment

Subarnapur Police Bust: ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାସ, ମାର୍କେଟକୁ ଛାଡୁଥିଲେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍

ଛାପୁଥିଲେ ନକଲି ନୋଟ୍। ମାର୍କେଟକୁ ଛାଡୁଥିଲେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍। ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ପୋଲିସ।ବିନିକାରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

DUPLICATE_NOTE

DUPLICATE_NOTE Photograph: (OTV)

Advertisment

ଛାପୁଥିଲେ ନକଲି ନୋଟ୍। ମାର୍କେଟକୁ ଛାଡୁଥିଲେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍। ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ପୋଲିସ।ବିନିକାରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନକଲି ନୋଟ୍। ଅଭିଯୁକ୍ତମାନେ ପ୍ରାୟ ୨ ଲକ୍ଷ ଟଙ୍କା ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଅଶୋକ ନାଏକ, ଅଭିଷେକ ହୋତା ଓ ଜୟନାରାୟଣ ବସ୍ତିଆ। ବରଗଡ଼ରୁ ଏକ ଲକ୍ଷ ଟଙ୍କା ଦେଇ ୫୦୦ ଟଙ୍କିଆ ଜାଲ ନୋଟ ମୋଟ ୬ ଲକ୍ଷ ଟଙ୍କା ଆଣିଥିଲେ। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୧୫ ଶହ ଟଙ୍କା ଜବତ ହୋଇଛି। ବଳକା ୧ ଲକ୍ଷ ୯୮ ହଜାର ୫ ଶହ ଟଙ୍କାକୁ ଅଭିଯୁକ୍ତମାନେ ବଜାରରେ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତେବେ ଜାଲ୍ ନୋଟ୍ ରାକେଟ୍ ଚେର ପଡ଼ୋଶୀ ଜିଲ୍ଲାକୁ ବ୍ୟାପିଥିବା ଆଶଙ୍କା କରାଯାଉଛି। କିଏ ଏହାର ମାଷ୍ଟରମାଇଣ୍ଡ ସେନେଇ ତନାଘନା ଚଳାଇଛି ବିନିକା ପୋଲିସ। ...

Advertisment

ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାସ
ବିନିକାରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ 
୩ ଅଭିଯୁକ୍ତଙ୍କୁ ଗିରଫ କଲା ବିନିକା ପୋଲିସ
ମାର୍କେଟକୁ ଛାଡୁଥିଲେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍
୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ସୂଚନା
ଜାଲ୍ ନେଟୱର୍କ ପଡ଼ୋଶୀ ଜିଲ୍ଲାକୁ ବ୍ୟାପିଥିବା ଆଶଙ୍କା 
କିଏ ମାଷ୍ଟରମାଇଣ୍ଡ ତନାଘନା କରୁଛି ବିନିକା ପୋଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ