Advertisment

Doctor Suicide Case: ଡାକ୍ତର ଆତ୍ମହତ୍ୟା ମାମଲାରେ ଦୁଷ୍କର୍ମ ଅଭିଯୁକ୍ତ ସବଇନ୍ସପେକ୍ଟର ଗିରଫ, ଥାନାରେ କଲେ ଆତ୍ମସମର୍ପଣ

ମୃତ ଡାକ୍ତର ତାଙ୍କ ହାତ ପାପୁଲିରେ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଗୋପାଳ ବଡାନେଙ୍କ ବିଷୟରେ ଲେଖି ତାଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ ସମେତ ଅନେକ ଗମ୍ଭୀର ଅଭିଯୋଗ ଲଗାଇଥିବା ଜଣାପଡ଼ିଛି।

Arrest

Arrest Photograph: (OTV)

Advertisment

ମହାରାଷ୍ଟ୍ରର ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର (SI) ଗୋପାଳ ବଡାନେଙ୍କୁ ଗିରଫ କରାଯାଇଛି। ପୋଲିସ ପୂର୍ବରୁ ଆଉ ଜଣେ ଅଭିଯୁକ୍ତ ସଫ୍ଟୱେର୍ ଇଞ୍ଜିନିୟର ପ୍ରଶାନ୍ତ ବାଙ୍କରଙ୍କୁ ଗିରଫ କରିଥିଲା। ମୃତ ଡାକ୍ତର ତାଙ୍କ ହାତ ପାପୁଲିରେ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଗୋପାଳ ବଡାନେଙ୍କ ବିଷୟରେ ଲେଖି ତାଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ ସମେତ ଅନେକ ଗମ୍ଭୀର ଅଭିଯୋଗ ଲଗାଇଥିବା ଜଣାପଡ଼ିଛି। ଡାକ୍ତର ବାଙ୍କରଙ୍କ ଉପରେ ମାନସିକ ନିର୍ଯାତନାର ମଧ୍ୟ ଅଭିଯୋଗ କରିଛନ୍ତି। 

Advertisment

ସତାରା ପୋଲିସ ଅଧୀକ୍ଷକ ତୁଷାର ଦୋଷୀ କହିଛନ୍ତି ଯେ ସବ-ଇନ୍ସପେକ୍ଟର ଗୋପାଳ ବଡାନେ ୨୫ ଅକ୍ଟୋବର ଶନିବାର ସନ୍ଧ୍ୟାରେ ଫଲଟନ ଗ୍ରାମୀଣ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ସହ-ଅଭିଯୁକ୍ତ ପ୍ରଶାନ୍ତ ବାଙ୍କରଙ୍କୁ ସତାରା ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ଚାରି ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା।

ମହାରାଷ୍ଟ୍ରର ସତାରାର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଅକ୍ଟୋବର ୨୩ ତାରିଖରେ ଆତ୍ମହତ୍ୟା କରିଛନ୍ତି । ପୀଡିତା ତାଙ୍କ ହାତ ପାପୁଲିରେ ଏକ ସୁଇସାଇଡ ନୋଟ ଲେଖିଥିଲେ, ଯେଉଁଥିରେ ଏସଆଇ ଗୋପାଳ ବଡାନେ ତାଙ୍କୁ ପାଞ୍ଚ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା । ସଫ୍ଟୱେର ଇଞ୍ଜିନିୟର ବାଙ୍କର ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। 

Advertisment

ସୂଚନା ମୁତାବକ, ଫଲଟନ ସବଡିଭିଜନାଲ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଥିଲେ ପୀଡିତା ମହିଳା ଡାକ୍ତର ଜଣକ। ହେଲେ ଫଲଟନ ଗ୍ରାମୀଣ ଥାନାରେ କାର୍ଯରତ ଦୁଇ ପୋଲିସ ଅଧିକାରୀ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ପାପୁଲିରେ ଲେଖାଥିବା ନୋଟରେ ପୀଡ଼ିତା ଜଣଙ୍କ ଏସ୍‌ଆଇ ଗୋପାଲ ବଡାନେ ଓ ପ୍ରଶାନ୍ତ ବାଙ୍କର ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ଚାପ ପକାଉଥିଲେ ରାଜନେତା

ପୀଡ଼ିତା ଜଣଙ୍କ ଲେଖିଛନ୍ତି ଯେ “ପୁଲିସ୍‌ ଇନସପେକ୍ଟର ଗୋପାଲ ମୋ ମୃତ୍ୟୁ ପାଇଁ ଦାୟୀ। ସେ ମୋତେ ୪ ଥର ଦୁଷ୍କର୍ମ କରିଛନ୍ତି। ସେ ୫ ମାସ ହେଲା ମୋତେ ଦୁଷ୍କର୍ମ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଛନ୍ତି। ପ୍ରଶାନ୍ତ ମଧ୍ୟ ନିର୍ଯାତନା ଦେଇ ଚାଲିଥିଲେ। ତେବେ ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ଭୁଲ ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କ ଉପରେ ବହୁତ ପୋଲିସ ଏବଂ ରାଜନୈତିକ ଚାପ ଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭାଇ।

Advertisment

Arrest Suicide Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ