Advertisment

Tragedy at KIIT: କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ତାଙ୍କ ଘର ଛତିଶଗଡ଼ରେ

ପୁଣି KIIT, ପୁଣି ଛାତ୍ର ମୃତ୍ୟୁ। ଭୁବନେଶ୍ବର KIIT ବିଶ୍ବବିଦ୍ୟାଳୟରେ ଅନ୍ୟ ଜଣେ ଛାତ୍ରଙ୍କ ମିଳିଛି ମୃତଦେହ। କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

KIIT

KIIT Photograph: (OTV)

Advertisment

ପୁଣି KIIT, ପୁଣି ଛାତ୍ର ମୃତ୍ୟୁ। ଭୁବନେଶ୍ବର KIIT ବିଶ୍ବବିଦ୍ୟାଳୟରେ ଅନ୍ୟ ଜଣେ ଛାତ୍ରଙ୍କ ମିଳିଛି ମୃତଦେହ। କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଉଛନ୍ତି KIITର ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ ଯାଦବ, ତାଙ୍କ ଘର ଛତିଶଗଡ଼ରେ। ହେଲେ କେମିତି ତାଙ୍କ ମୃତ୍ୟୁ ହେଲା, ସେ ନେଇ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।...

Advertisment

ଏବର୍ଷ ଦୁଇ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ହୁଲସ୍ତୁଲ ହୋଇଥିଲା ଭୁବନେଶ୍ବରରୁ ଦିଲ୍ଲୀ। ରାଜ୍ୟ ସରକାରଙ୍କ ଟିମ୍ ଠାରୁ ଆରମ୍ଭ କରି NHRC ବି ଘଟଣାରେ ଖୋଳତାଡ଼ କରିଛି। ହେଲେ ଏବେ ଯାଏଁ ଛାତ୍ରୀ ମୃତ୍ୟୁ ଘଟଣାରେ ସମ୍ପୂର୍ଣ୍ଣ ତଥ୍ୟ ଓ କାରଣ ଜଣାପଡ଼ିନି। ଏହାରି ଭିତରେ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛିଡ଼ା କରିଛି। ଘଟଣାକୁ ନେଇ KIIT କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
ବର୍ଷକରେ KIITରେ ୩ ପିଲାଙ୍କ ମୃତ୍ୟୁ ହୋଇଛି । KIITରେ ପୁଣି ଛାତ୍ର ମୃତ୍ୟୁ ଘଟଣା ଘଟିଛି । 

୧୬ ଫେବ୍ରୁଆରୀରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ୧ ମେ’ରେ ଦ୍ବିତୀୟ ନେପାଳୀ ଛାତ୍ରୀଙ୍କ ମୃତଦେହ କିଟ୍ ହଷ୍ଟେଲରୁ ମିଳିଥିଲା ।  
ଗତ ମେ’ ମାସରେ  କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରିସା ଶାହଙ୍କ ବାପା ଆମକୁ ନ୍ୟାୟ ଦରକାର ବୋଲି ଗୁହାରି କରିଥିଲେ । ଦୃଢମନା ଝିଅ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ, ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣା ପଛର କାରଣ ଖୋଜୁ ପୋଲିସ ବୋଲି ସେ ନିବେଦନ କରିଥିଲେ।

Advertisment

ରାଜ୍ୟ ସରକାରଙ୍କୁ ଏନଏଚଆରସିର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନୋଟିସ୍ ପରେ ୟୁଜିସି ମଧ୍ୟ ନିଜ ଆଡ଼ୁ ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିବାରୁ କିଟର ଅଡୁଆ ବଢ଼ିଥିଲା ।  କିନ୍ତୁ ତଦନ୍ତ କେଉଁଠି ପହଞ୍ଚିଥିଲା ଓ କଣ ଆକ୍ସନ ହୋଇଛି, ତାହା ଜଣାପଡିନାହିଁ ।

ତାଙ୍କ ବାପା ସେତେବେଳେ କହିଥିଲେ 

ଯେଉଁ ଅଲିଅଳି ଝିଅ ସହ ଗୁରୁବାର ଅପରାହ୍ଣ ୩ଟାରେ କଥା ହେଲେ, ମାନସିକ ଅବସାଦର ଟିକିଏ ବି ସୁରାକ୍ ପାଇ ନଥିବା ସେଇ ଝିଅ ସଂଧ୍ୟା 7ଟା ବେଳକୁ ଯେ ଆତ୍ମହତ୍ୟା କରିଦେବ, ସେ କଥାକୁ କେମିତି ବା ଗ୍ରହଣ କରିପାରନ୍ତେ ବାପା-ମାଆ। ନିମିଷକରେ ସ୍ବପ୍ନଭଙ୍ଗର କ୍ଷଣ ଇଏ। ଶବ ବ୍ୟବଚ୍ଛେଦ ପରେ ଝିଅର ମଲାଦେହକୁ ଆଉ ନିଜ ମାଟି ନେପାଳକୁ ନନେଇ ପୁରୀ ସ୍ବର୍ଗଦ୍ବାରକୁ ନେଇ ତାଙ୍କ ଶେଷକୃତ୍ୟ ସଂପନ୍ନ କରିଥିଲେ । ପରିବାର ବୁଝି ପାରିନଥିଲେ, ଝିଅ ଯଦି ଆତ୍ମହତ୍ୟା କରିଛି, ତାହେଲେ କଲା କାହିଁକି? କଣ ୟା ପଛର କାରଣ? ଝିଅର ପିଉସା କହିଥିଲେ, ପ୍ରିସା ମାନସିକ ସ୍ତରେ ଏତେ ଦୁର୍ବଳ ନୁହେଁ ଯେ, ନିଜ ସମସ୍ୟା ସମ୍ପର୍କରେ କିଛି ନଜଣାଇ ଏଭଳି ଚରମ ନିଷ୍ପତ୍ତି ନେଇଯିବ। ତେଣୁ ସରକାରଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଥିଲେ ।

Advertisment

Engineering Student Death KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ