Advertisment

Shocking Allegation: ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼ ମାରିଲେ, ପିଆଇଲେ ଶୌଚାଳୟ ପାଣି: ଘରୋଇ ବିଶ୍ୱବିଦ୍ୟାଳୟରେ ସାଂଘାତିକ କାଣ୍ଡ

ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଡ୍ରଗ୍ସ ସେବନ ନ କରିବାରୁ ସଂପୃକ୍ତ ଛାତ୍ର ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଯାଇଛି।

Student Assaulted

Student Assaulted Photograph: (OTV)

Advertisment

ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼। ଏଭଳି ସାଂଘାତିକ ଅଭିଯୋଗ ଉଠାଇଛନ୍ତି ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ର। ଡ୍ରଗ୍ସ ସେବନ ନ କରିବାରୁ ସଂପୃକ୍ତ ଛାତ୍ର ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ଉଠିଛି। 

Advertisment

ଛାତ୍ର ଜଣଙ୍କ ପଢୁଥିବା ଅନୁଷ୍ଠାନର କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ କରିଛନ୍ତି। ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର। ହେଲେ ଏହାକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯାଇଥିଲା। 

ଏ ନେଇ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ମାଡ ମାରିଥିବା ସିନିୟର ଛାତ୍ର, ସହପାଠୀ କିମ୍ବା ସଂପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।       

Advertisment

•    ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମାଡ଼
•    ଭୁବନେଶ୍ବର ଉପକଣ୍ଠ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଅଭିଯୋଗ
•    ଡ୍ରଗ୍ସ ସେବନ ନ କରିବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ
•    କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ
•    ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ
•    ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ
•    ବିରୋଧ କରିବାରୁ ସମସ୍ତେ ମିଶି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ
•    ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାରର ଅଭିଯୋଗ ପରେ ମାମଲା ରୁଜୁ
•    ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ  

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ