murder Photograph: (OTV)
ଅନ୍ଧବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ନିଜ ମାଆ କୁ ହାଣି ଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ଗାଁରେ ତପନ ସିଂ ନାମକ ଜଣେ ଯୁବକଙ୍କ ଘର ବାରଣ୍ଡାରେ ମହିଳାଙ୍କ ଶବ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ପୁଅ ତପନ ସିଂଙ୍କ ସ୍ତ୍ରୀ ଗର୍ଭଧାରଣ କରିଥିବା ବେଳେ ଦୁଇ ମାସ ତଳେ ତାଙ୍କ ପିଲା ନଷ୍ଟ ହୋଇ ଯାଇଥିଲା । ଏହି ଘଟଣା ପରେ ତପନ ନିଜ ମାଆ ରାଇମଣି ସିଂ ଉପରେ ସବୁବେଳେ ସନ୍ଦେହ କରୁଥିଲା ଯେ ମାଆ ଡାହାଣୀ ହୋଇ ତା ପିଲାକୁ ନଷ୍ଟ କରି ଦେଇଛି । ଆଜି ସକାଳୁ ତପନ ନିଶାସକ୍ତ ଅବସ୍ଥାରେ ନିଜ ମାଆକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ଅଭିଯୋଗ ହୋଇଥିଲା।
ଅତ୍ୟଧିକ ରକ୍ତସ୍ରାବ ହେତୁ ବୃଦ୍ଧା ମାଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବେତନଟୀ ପୋଲିସ ପହଞ୍ଚି ପୁଅ ତପନକୁ ଅଟକ ରଖିଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ଧବିଶ୍ୱାସରୁ ଏପରି ଘଟଣା ଘଟିଛି । ଗୁଣିଗୋରେଡି ମିଛ କଥା । ଏହାକୁ ନେଇ କାହାରିକୁ ବି କୌଣସି ପରିସ୍ଥିତିରେ ସନ୍ଦେହ କରିବା ଉଚିତ ନୁହେଁ । ହେତୁବାଦୀମାନେ ଏହା ସ୍ପଷ୍ଟ ଭାବେ କହୁଛନ୍ତି । ଲୋକଙ୍କୁ ସଚେତନ ବି କରାଯାଉଛି । କିନ୍ତୁ ତଥାପି ଏଭଳି ଘଟଣା ସାମନାକୁ ଆସୁଛି ।
ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା
ନିଶାସକ୍ତ ଅବସ୍ଥାରେ ମା’କୁ ହାଣିଥିବା ଅଭିଯୋଗ
ମୟୂରଭଞ୍ଜ କଲରାଫୁଲିଆ ଗାଁରେ ହତ୍ୟାକାଣ୍ଡ
ସ୍ତ୍ରୀର ଗର୍ଭ ନଷ୍ଟ ପରେ ମା'କୁ ଡାହାଣୀ ସନ୍ଦେହରେ ହତ୍ୟା
ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/murder-2026-01-29-18-15-32.jpg)