Advertisment

Son Kills Father: ପାଠ ପଢିବାକୁ କହୁଥିଲେ ବାପା, ଖଣ୍ଡ ଖଣ୍ଡ କରି କାଟି ବ୍ଲୁ ଡ୍ରମରେ ପୂରାଇଦେଲା ପୁଅ

ଜଣେ ୨୧ ବର୍ଷର ପୁଅ ନିଜ ବାପାକୁ ଏମିତି ବୀଭତ୍ସ ଭାବେ ହତ୍ୟା କରିଛି, ଯାହା ଶୁଣିଲେ ଦେହ ଶିହିରି ଉଠିବ । ପ୍ରଥମେ ବାପା ମୁଣ୍ଡକୁ ଗୁଳି କଲା । ପରେ ଖଣ୍ଡ ଖଣ୍ଡ କରି କାଟି ବ୍ଲୁ ଡ୍ରମ ଭିତରେ ଲୁଚାଇଲା ।

Son-Kills-Father-Over-Career-Stress

Murder Photograph: (OTV)

Advertisment

ସୈତାନ ପୁଅର ଛାତିଥରା କାଣ୍ଡ । ଭଉଣୀ ସାମ୍ନାରେ ବାପାକୁ ଟିକ୍‌ଟିକ୍‌ କରି କାଟିଲା । ପୁଣି ଚର୍ଚ୍ଚାରେ ବ୍ଲୁ ଡ୍ରମ୍ । ଜଣେ ୨୧ ବର୍ଷର ପୁଅ ନିଜ ବାପାକୁ ଏମିତି ବୀଭତ୍ସ ଭାବେ ହତ୍ୟା କରିଛି, ଯାହା ଶୁଣିଲେ ଆପଣଙ୍କ ଦେହ ଶିହିରି ଉଠିବ । ପ୍ରଥମେ ବାପା ମୁଣ୍ଡକୁ ଗୁଳି କରି ମାରିଲା । ତା' ପରେ ଭଉଣୀ ଆଖି ସାମ୍ନାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ବ୍ଲୁ ଡ୍ରମ ଭିତରେ ଲୁଚାଇଥିଲା  । ଆଉ ଏହାର କାରଣ ହେଲା- ପୁଅକୁ ଡାକ୍ତର ହେବାକୁ ଚାପ ପକାଉଥିଲେ ବାପା । ଲକ୍ଷ୍ନୌ ଆସିୟାନା ସେକ୍ଟରରେ ଘଟିଛି ଏହି ନାରକୀୟ କାଣ୍ଡ । ଏ ହେଉଛି ସେହି ବ୍ଲୁ ଡ୍ରମ ଯାହା ଭିତରୁ ମିଳିଛି ବାପାର କଟା ଶରୀର ।

Advertisment

ମୃତ ବ୍ୟକ୍ତି ହେଲେ ମାନବେନ୍ଦ୍ର ସିଂ । ସେ ଜଣେ ଔଷଧ ଓ ମଦ ବ୍ୟବସାୟୀ । ଗତ ୨୧ ତାରିଖ ଦିନ ମାନବେନ୍ଦ୍ର ସିଂ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଛାନଭିନ୍ ଆରମ୍ଭ କଲା । ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ଏହି ତନାଘନା ବେଳେ ଘର ଭିତରୁ ମିଳିଥିଲା ଗୋଟିଏ ବ୍ଲୁଡ ଡ୍ରମ । ଆଉ ସେହି ଡ୍ରମ ଭିତରେ ଥିଲା ମାନବେନ୍ଦ୍ରଙ୍କ ଖଣ୍ଡ ବିଖଣ୍ଡତ ମୃତଦେହ । ଏନେଇ ପୋଲିସ ମୃତକଙ୍କ ପୁଅ ଅକ୍ଷତକୁ ପଚରାଉଚରା କରିବାରୁ ପରେ ସେ ସବୁ ସତ ଓଗାଳିଥିଲା । 

ବାପା ମନବେନ୍ଦ୍ର ଚାହୁଁଥିଲେ ପୁଅ ଡାକ୍ତର ହେଉ । ନିଟ୍‌ ପାସ୍‌ କରିବା ପାଇଁ ସେ ପୁଅକୁ ଚାପ ପକାଉଥିଲେ । ହେଲେ ପୁଅ ଅକ୍ଷତର ମେଡିକାଲ ପାଠପଢାରେ ଆଦୌ ମନ ନଥିଲା । ୟାକୁ ନେଇ ବାପ-ପୁଅଙ୍କ ଭିତରେ ଝଗଡା ଲାଗି ରହୁଥିଲା । ଏଥିରେ ବିରକ୍ତ ହୋଇ  ଅକ୍ଷତ ଥରେ ଘରେ ଛାଡି ମଧ୍ୟ ପଳାଇଥିଲେ, ହେଲେ ପରେ ଫେରି ଆସିଥିଲେ । 
 
ଗତ ଶୁକ୍ରବାର ଅପରାହ୍ନରେ ପୁଣିଥରେ ବାପ-ପୁଅଙ୍କ ଭିତରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଉତ୍ୟକ୍ତ ହୋଇ ଅକ୍ଷତ ନିଜ ବାପାଙ୍କୁ ଗୁଳି କରିଦେଇଥିଲା । ଏହାପରେ ମୃତଦେହକୁ ତୃତୀୟ ମହଲାରେ ଥିବା ଏକ ରୁମରେ ଲୁଚାଇ ରଖି ଖଣ୍ଡ ଖଣ୍ଡ କରି କାଟିଥିଲା । ତା' ଭଉଣୀ ଏ ଘଟଣାକୁ ଦେଖିଦେବାରୁ ତାକୁ ଡରାଇ ଧମକାଇ ଚୁପ୍ କରିଦେଇଥିଲା ଅକ୍ଷତ । ଏହାପରେ ବାପାର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗିଥିଲା । କଟା ମୁଣ୍ଡ ଓ ଗଣ୍ଡିକୁ ଏହି ବ୍ଲୁ ଡ୍ରମ ଭିତରେ ପୂରାଇ ଘରେ ଲୁଚାଇଥିଲା । ଏ ଘଟଣା ସାମ୍ନାକୁ ଆସିବା ପରେ ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ । 

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

Murder Crime News Lucknow son killed father
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ