LABOURS-BODY-EXHUMED Photograph: (OTV)
ଭୋଜିଭାତରୁ ମହାଭାରତ। ମିଳିମିଶି ମାରିଦେଲେ। ପ୍ରମାଣ ଲୁଚାଇବାକୁ ଯାଇ ୫ ଫୁଟ ତଳେ ପୋତିଦେଲେ ମୃତକଙ୍କୁ। ଦୀର୍ଘ ୧୧ ଦିନ ଧରି ମାଟିତଳେ କବର ନେଲା ଜଣେ ନିଖୋଜ ଶ୍ରମିକଙ୍କ ଶବ। ସେପଟେ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ନ୍ୟାୟ ମାଗିଲେ ମୃତକଙ୍କ ସ୍ତ୍ରୀ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗୁଲାପଡା ଗାଁର ପ୍ରକାଶ ମହାନ୍ତି । ପେଶାରେ ସେ ଜଣେ ଶ୍ରମିକ। ୧୮ ଡିସେମ୍ୱର ୨୦୨୫। କାମ କରିବାକୁ ଯାଇ ଘରକୁ ଫେରିନଥିଲେ ପ୍ରକାଶ l ଏ ନେଇ ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ବନିତା ମହାନ୍ତି ଗତ ୨୩ ତାରିଖରେ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବିନିକା ଥାନାରେ ଅଭିଯୋଗ କରିଥିଲେ l ପରେ ବିନିକା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିଲା l ତେବେ ଏଇ ଘଟଣାରେ ପୋଲିସ ଗୁଲାପଡାର ମୁଖ୍ୟ ଅଭିଯୁକ୍ତ ଅଜିତ ସେବକ, ତପନ ପଧାନ ଓ ଶେଖର ପଧାନ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି I
ସୁବର୍ଣ୍ଣପୁରର ମର୍ଡର ମିଷ୍ଟ୍ରୀ। ୧୧ ଦିନ ପରେ ନିଖୋଜ ଶ୍ରମିକର ଶବ ମାଟିତଳୁ ଉଦ୍ଧାର କଲା ପୋଲିସ। ତେବେ କିଏ ଓ କାହିଁକି ଏତେ ନୃଶଂସ ଭାବେ ହତ୍ୟା କରିଥିଲା ପ୍ରକାଶଙ୍କୁ ?
ଵିନିକା ଥାନା ଗୁଲାପଡା ଗାଁରଏହି ଘଟଣା। ମାଟିତଳେ ପୋତିହୋଇ ରହିଥିଲା ମଡ଼ର ମିଷ୍ଟ୍ରି I ଶ୍ରମିକଙ୍କୁ ଜଘନ୍ୟ ଭାବେ ହତ୍ୟା କରି ମାଟିରେ ପୋତି ଦେବା ଘଟଣା ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିଲା I ତେବେ ଘଟଣା ସ୍ଥଳରେ ଶ୍ରମିକଙ୍କୁ ହତ୍ୟା କରିବା ପରେ କିଭଳି ପୋତି ଦିଆଯାଇଥିଲା ସେନେଇ ପୋଲିସ ଅଭିଯୁକ୍ତ ଶେଖର ପଧାନକୁ ନେଇ ସିନରିକ୍ରିଏସନ କରିଥିଲା I ଆଉ ଏହି ମାମଲାରେ ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ପୋଲିସ ଅଧିକ ତଦନ୍ତ ଜାରିରଖିଛି I
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/labours-body-exhumed-2025-12-31-15-32-58.jpg)