Advertisment

SI Exam Scam: ପୋଲିସ SI ସ୍କାମରେ ବଢ଼ିଲା ସିବିଆଇ ଗିରଫଦାରି , ଗିରଫ ଯବାନ ହେଲେ ଅର୍ଜୁନ ନାଏକ ...ଆଗରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ

୨ ଦିନର ଜେରା ପରେ ଅର୍ଜ୍ଜୁନ ନାଏକଙ୍କ ସହ ନିମାଇଁ ଚରଣ ସାହୁଙ୍କୁ ଗିରଫ କରିଛି ସିବିଆଇ  । ଏହି ଦୁଇ ଜଣ ପୂର୍ବରୁ ଗିରଫ ବିରଞ୍ଚି କୁମାର ନାଏକଙ୍କ  ସହଯୋଗୀ । ତେବେ ଅର୍ଜନଙ୍କ ଗିରଫଦାରୀ ପରେ ପୁଣିଥରେ ସାମ୍ନାକୁ ଆସିଛି ପାୱାର କରିଡରରେ ରହି କେମିତି ହେଉଥିଲା ସ୍କାମ ।

SI Exam Scam

SI Exam Scam Photograph: (OTV)

Advertisment

ପୋଲିସ ଏସଆଇ ସ୍କାମରେ ପୁଣି ଜଣେ ଏସଏସବି ଯବାନଙ୍କ ଲିଙ୍କ । ଆଗରୁ ମାମଲାରେ ଗିରଫ ହୋଇଛନ୍ତି ଏସଏସବି ଯବାନ ବିଶ୍ବରଞ୍ଜନ ବେହେରା । ଆଉ ଏବେ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନ ଯବାନ ଅର୍ଜ୍ଜୁନ ନାଏକଙ୍କୁ ବାନ୍ଧିଛି ସିବିଆଇ । ବିଶ୍ବରଞ୍ଜନଙ୍କ ଭଳି ଅର୍ଜ୍ଜୁନ ମଧ୍ୟ ଆଗରୁ ନବୀନ ନିବାସରେ ଡ୍ୟୁଟି କରୁଥିବା ଜଣାପଡିଛି । 

Advertisment

୨ ଦିନର ଜେରା ପରେ ଅର୍ଜ୍ଜୁନ ନାଏକଙ୍କ ସହ ନିମାଇଁ ଚରଣ ସାହୁଙ୍କୁ ଗିରଫ କରିଛି ସିବିଆଇ  । ଏହି ଦୁଇ ଜଣ ପୂର୍ବରୁ ଗିରଫ ବିରଞ୍ଚି କୁମାର ନାଏକଙ୍କ  ସହଯୋଗୀ । ତେବେ ଅର୍ଜନଙ୍କ ଗିରଫଦାରୀ ପରେ ପୁଣିଥରେ ସାମ୍ନାକୁ ଆସିଛି ପାୱାର କରିଡରରେ ରହି କେମିତି ହେଉଥିଲା ସ୍କାମ । ଏସଏସବି ଯବାନ ଭାବେ ଅର୍ଜୁନ କରୁଥିଲା ନବୀନ ନିବାସରେ ଡ୍ୟୁଟି । ଆଉ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଦେଉଥିଲା ବଡ ଭରସାା । ଶଙ୍କର ପୃଷ୍ଟି ସିଣ୍ଡିକେଟରେ  ଅର୍ଜୁନ ଓ ବିଶ୍ବରଂଜନ ଭଳି ପୋଲିସ କର୍ମଚାରୀ ଥିଲେ ସୋ କେଶ । ଏମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଘରେ ଡ୍ୟୁଟି କରୁଥିବାରୁ ଆଶାୟୀଙ୍କୁ ପ୍ରଲୋଭନ ଦେଖାଇ ଚାକିରି ବିକ୍ରି କରୁଥିବାର ସୁରାକ ପାଇଛି ସିବିଆଇ । ସେପଟେ ସିବିଆଇ କାର୍ଯ୍ୟାଳୟରେ ବିରଞ୍ଚିଙ୍କ ସହ ଏକାଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରାଯାଉଛି । ବିରଞ୍ଚିଙ୍କ ଦୁଇ ଦିନିଆ ରିମାଣ୍ଡ ଆସନ୍ତାକାଲି ସରୁଥିବା ବେଳେ ଆଜି ଗିରଫ ଅର୍ଜ୍ଜୁନ ଓ ନିମାଇଁଙ୍କୁ ସିବିଆଇ ଦୁଇ ଦିନିଆ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି ।

ଏଣେ ପୁରା ନେଟୱର୍କର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତିଙ୍କ ଚେର ବିହାର ଯାଏଁ ଲମ୍ବିଥିବା ପ୍ରମାଣ ମିଳିଛି । ଯେଉଁଥି ପାଇଁ ସିବିଆଇର ଏକ  ଟେକ୍ନିକାଲ ଟିମ ବିହାରରୁ ଅଭିଯୁକ୍ତକୁ ଧରିବା ପାଇଁ ଲାଗିପଡିଥିବା ଜଣାପଡିଛି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ଶହେ ଟପିଯାଇପାରେ । ପୂର୍ବରୁ ଏହି ମାମଲାରେ ୧୧୪  ପରୀକ୍ଷାର୍ଥୀ ସମେଟ ୧୨ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏବେ ସିବିଆଇ ମଧ୍ୟ ସମାନ ଭାବେ ତାଲିକା ତିଆରି କରିଥିବା ଜଣାପଡିଛି ।

Advertisment

ଖୁବ ଶୀଘ୍ର ମୁନା ମହାନ୍ତି ଓ ସିଲିକନ ଟେକ ଲାବ ନିର୍ଦ୍ଦେଶକ ସୁରେଶ ନାୟକକୁ ରିମାଣ୍ଡରେ ଆଣିବ ସିବିଆଇ । ଏ ଦୁହିଁକୁ ଜେରା ପରେ ପୁରା ସିଣ୍ଡିକେଟର ସିଷ୍ଟମ ସାମ୍ନାକୁ  ଆସିବ ବୋଲି ଆଶା ରଖିଛି ଏହି କେନ୍ଦ୍ରୀୟ ଏଜେନ୍ସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ