Advertisment

Mentally Challenged Minor Raped and Impregnated: ପୁଣି ଅମାନୁଷିକ କାଣ୍ଡ, ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ସହ ଗର୍ଭବତୀ!

ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମର ଶିକାର ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ। ସମ୍ବଲପୁର ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ।

Rape Allegation

Rape Allegation Photograph: (OTV)

Advertisment

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଅମାନୁଷିକ କାଣ୍ଡ। ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ ଆସିଛି ସାମ୍ନାକୁ। ପୀଡ଼ିତା ହେଉଛନ୍ତି ୧୪ ବର୍ଷିୟା ନାବାଳିକା। ସେ ଗର୍ଭଧାରଣ କରିଥିବା ଆଶଙ୍କା କରି ଡ଼ାକ୍ତରୀ ଯାଞ୍ଚ କରାଇଥିଲେ ପରିବାର ଲୋକେ। 

Advertisment

ନାବାଳିକା ଜଣକ କଥା କହିପାରନ୍ତିନି କି ଶୁଣିପାରନ୍ତିନି। ଏ ସଂପର୍କରେ ପୀଡ଼ିତାଙ୍କ ମାଆ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ ପରେ କୁଚିଣ୍ଡା ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Raped Minor Girl Mentally Challenged
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ