rape Photograph: (OTV)
ନାବାଳିକା ଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଲା ସେକ୍ସ ରାକେଟ୍ । ନାବାଳିକାଙ୍କ ଠିକଣା ଖୋଜି ଖୋଜି ପହଞ୍ଚିଲା ପୋଲିସ୍ । ଲକ୍ଷ୍ମୀ ସାଗର ଅଞ୍ଚଳରେ ରେଡ୍ ବେଳେ ଧରାପଡ଼ିଲା । ପୀଡ଼ିତା ନାବାଳିକାଙ୍କ ଘର ଝାଡ଼ଖଣ୍ଡ । ନାବାଳିକାଙ୍କୁ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା । ଏହି ଚଢ଼ାଉ ବେଳେ ୧୦ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍ ।
ଏହି ଘଟଣା ଆଜି ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାବାଳିକାଙ୍କୁ ଦୁଷ୍କର୍ମ (Minor Girl Raped) ନେଇ ସାଂଘାତିକ ଅଭିଯୋଗ ଆସିଛି। କ୍ୟାପିଟାଲ୍ ଥାନା ଅଶୋକ ନଗରରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି।
ନାବାଳିକା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଏ ସମ୍ପର୍କରେ ପଚାରିବାରୁ କୌଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ । ସନ୍ଦେହରେ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡି ପୋଲିସକୁ ଜଣାଇଥିଲେ ଡାକ୍ତର। ଡାକ୍ତରଙ୍କ ରିପୋର୍ଟ ଆଧାରରେ କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/rape-2025-10-18-16-45-03.jpg)