BARIPADA-GUN Photograph: (OTV)
ବୁଲିଲା ବନ୍ଧୁକ। ଡରାଇଲେ ଧମକାଇଲେ ଓ ମାଡ଼ ମାରିଲେ । ଖେଳାଇଲେ ଆତଙ୍କ । ବାରିପଦାରେ ବୁଲିଲା ବନ୍ଧୁକ । ରାତିରେ ବନ୍ଧୁକ ଧରି ଢାବାକୁ ଆସି ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଲେ । ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ସହ ଢାବାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ବାରିପଦା ସହରର ମୁରୁଗାବାଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ସାଢେ଼ ଏଗାରଟା ବେଳେ ସାତରୁ ୮ଜଣ ଯୁବକ କାଠମାଣ୍ଡୁ ହୋଟେଲରେ ଆସି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ହାତରେ ବନ୍ଧୁକ ଥିଲା । ବନ୍ଧୁକ ଦେଖି ଢାବା କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ। ପୋଲିସ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି। ତେବେ କାହିଁକି ଦୁର୍ବୃତ୍ତ ମାନେ ଢ଼ାବାରେ ଆସି ବନ୍ଧୁକ ଦେଖାଇଲେ ଓ ଆତଙ୍କ ଖେଳାଇଲେ ତାହା ଜଣାପଡ଼ି ନାହିଁ ।
ବାରିପଦାରେ ଢାବାରେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ
ବାରିପଦା ସହର ମୁର୍ଗାବାଡ଼ି ଅଞ୍ଚଳର ଢାବାରେ ଭଙ୍ଗାରୁଜା
ଢାବା ଭାଙ୍ଗିଲେ, ମାଲିକ ଓ କର୍ମଚାରୀଙ୍କୁ ନିର୍ଧୁମ ପିଟିଲେ
୮ ଜଣ ଯୁବକ କାର୍ ଓ ବାଇକରେ ଆସି ଆତଙ୍କ ଖେଳାଇଲେ
ଅଭିଯୋଗ ପରେ ଭଞ୍ଜପୁର ଥାନା ପୋଲିସର ତଦନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/baripada-gun-2025-10-21-12-32-33.jpg)