Advertisment

Self-Styled Baba Exposed: ଦିଲ୍ଲୀରେ ଯୌନକାଙ୍ଗାଳ ଓଡ଼ିଆ ବାବାଙ୍କ କାରନାମା, ଡଜନେରୁ ଅଧିକ ଛାତ୍ରୀଙ୍କୁ ଦେଇଛନ୍ତି ଯୌନ ନିର୍ଯାତନା

ରାଜଧାନୀ ଦିଲ୍ଲୀରେ ଆତ୍ମଘୋଷିତ ବାବାଙ୍କ କଳାକାରନାମା। ୧୭ ଜଣ କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ବାବାଙ୍କର ଖୋଲିଛି ପୋଲ। ଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଥିବା ହାଇପ୍ରୋଫାଇଲ ଆଶ୍ରମର ଏ ବାବାଙ୍କୁ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଭାବେ ସମସ୍ତେ ଜାଣନ୍ତି।

MOLESTATION ALIGATION

MOLESTATION ALIGATION Photograph: (OTV)

Advertisment

ରାଜଧାନୀ ଦିଲ୍ଲୀର ହାଇପ୍ରୋଫାଇଲ ବସନ୍ତକୁଞ୍ଜ ଏରିଆ। ଏଇଠି ଅଛି ଦକ୍ଷିଣମୟ ଶ୍ରୀ ସାରଦା ପୀଠ ଆଶ୍ରମ। ଆଶ୍ରମରେ ସର୍ବେସର୍ବା ଥିଲେ ସ୍ବାମୀ ଚୖତନ୍ୟାନନ୍ଦ ସରସ୍ବତୀ। ଯାହାଙ୍କ ଅସଲ ନାଁ ପାର୍ଥସାରଥୀ। ସାରଦା ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ କଲେଜର ନିର୍ଦ୍ଦେଶକ। ବାବାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। କଲେଜର ଛାତ୍ରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରନ୍ତି, ରାତିରେ ଅଶ୍ଳୀଳ ମେସେଜ ବି ପଠାନ୍ତି। ଏକୁଟିଆ ପାଇଲେ ଶାରିରୀକ ସମ୍ପର୍କ ରଖିବାକୁ ବି ବାଧ୍ୟ କରିଥାନ୍ତି।

Advertisment

ବାବାଙ୍କ କାରନାମାରେ ଅତିଷ୍ଠ ହୋଇ ସିଧା ଥାନାରେ ଫେରାଦ ହୋଇଛନ୍ତି ପୀଡ଼ିତା। ପୋଲିସ ତଦନ୍ତ କହୁଛି, ଆଶ୍ରମର ୩୨ ଛାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ବାବା ଏବେ ଫେରାର ମାରିଥିବା ବେଳେ ତାଙ୍କୁ ପୋଲିସ ଖୋଜୁଛି।...

ବଡ କଥା ହେଲା, ଯୌନ ପିପାସୁ ବାବାଙ୍କୁ ସହଯୋଗ କରୁଥିଲେ କଲେଜର ୱାର୍ଡେନ ଓ ଅନ୍ୟ ଅଧିକାରୀ। ପ୍ରଥମେ ସେମାନେ ଛାତ୍ରୀମାନଙ୍କୁ ବାବାଙ୍କ ସହ ପରିଚୟ କରାନ୍ତି। ଅନ୍ୟ ମହିଳା ଅଧ୍ୟାପିକା ଓ ପ୍ରଶାସନିକ ଅଧିକାରୀ ଧମକ ଚମକ ଦେଇ ଏକାନ୍ତରେ ବାବାଙ୍କ ପାଖକୁ ପଠାନ୍ତି। ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀର ଜନ୍ମ ଓଡିଶାରେ ବୋଲି ଜଣାପଡିଛି। ତେବେ ପ୍ରକୃତରେ ସେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନି।

ଏମିତିକି ପୂର୍ବରୁ ବି ତାଙ୍କ ନାଁରେ ୨ଟି ମାମଲା ଓଡିଶାରେ ରୁଜୁ ହୋଇଛି। ୨୦୦୯ ଓ ୨୦୧୬ରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ଚୈତନ୍ୟାନନ୍ଦ ଗଲା ୧୨ ବର୍ଷ ହେଲା ଦିଲ୍ଲୀ ଆଶ୍ରମରେ ରହୁଥିଲେ। ତାଙ୍କ କାରରେ ଫେକ୍ ନମ୍ବର ପ୍ଲେଟ ଲାଗିଥିବା ମଧ୍ୟ ଜଣାପଡିଛି। ଯେଉଁ ନମ୍ବର ପ୍ଲେଟରେ ଜାତିସଂଘର ସ୍ବତନ୍ତ୍ର ରାଷ୍ଟ୍ରଦୂତ ବୋଲି ଲେଖାଯାଇଥିଲା। ପୋଲିସ ଉକ୍ତ କାରକୁ ଜବତ କରିଛି।...

ତନାଘନା ପରେ ଦିଲ୍ଲୀ ସାରଦା ପୀଠ ଆଶ୍ରମ ପ୍ରଶାସନ ଯୌନରାକ୍ଷସ ବାବାଙ୍କୁ ପଦରୁ ହଟାଇଛି।..

Advertisment

Baba Expose
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ