Advertisment

Shock in Drama Department:ନାଟକ ବିଭାଗର ନଟି ସାର୍, ଛାତ୍ରୀଙ୍କୁ ଫେଭର୍ ମାଗୁଥିଲେ

ଫୋନରେ ପ୍ରେମାଳାପ କରୁଥିଲେ ଅଧ୍ୟାପକ । ପ୍ଲେ ବାହାନାରେ କଥା ବେଳେ ପ୍ରେମ ନିବେଦନ କରୁଥିଲେ । କହୁଥିଲେ, ଭଲ ପାଉଛୁ ତ...ଆଉ ମୋତେ ପଚାରୁନୁ । ଦୂରେଇ ରହୁଛୁ, ଭେଟ ହେବାକୁ କହିଲେ ମନା କରୁଛୁ ।

Naughty Sir

Naughty Sir Photograph: (OTV)

Advertisment

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ବିଦା ହେଲେ ଅଧ୍ୟାପକ। ଡ୍ରାମା ବିଭାଗର ଅତିଥି ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ବ୍ଲାକ୍ ଲିଷ୍ଟ ବି କରାଯିବ। ଜଣେ ଛାତ୍ରୀଙ୍କ ସହ ଫୋନରେ କଥା ହେବା ବେଳେ ଶତ୍ରୁଘ୍ନ ସାମଲ ଅଶ୍ଳୀଳ କଥା କହୁଥିଲେ। ଅଡ଼ିଓ ଭାଇରାଲ୍ ହେବା ପରେ ଆଜି ତାତିଥିଲେ ଛାତ୍ରଛାତ୍ରୀ । କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ପରେ ତଦନ୍ତ କରିଥିଲା ସଂସ୍କୃତି ବିଭାଗ। ...

Advertisment

ଫୋନରେ ପ୍ରେମାଳାପ କରୁଥିଲେ ଅଧ୍ୟାପକ । ପ୍ଲେ ବାହାନାରେ କଥା ବେଳେ ପ୍ରେମ ନିବେଦନ କରୁଥିଲେ । କହୁଥିଲେ, ଭଲ ପାଉଛୁ ତ...ଆଉ ମୋତେ ପଚାରୁନୁ । ଦୂରେଇ ରହୁଛୁ, ଭେଟ ହେବାକୁ କହିଲେ ମନା କରୁଛୁ । ଝିଅ ବୟସର ଛାତ୍ରୀଙ୍କୁ ଅତି କଦର୍ଯ୍ୟ କଥା କହୁଥିଲେ । ଅଶାଳୀନ ଇଙ୍ଗିତ ସହ ପ୍ରେମଗପ କରୁଥିଲେ । ନାଁ- ଶତ୍ରୁଘ୍ନ ସାମଲ। ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗ ଅଧ୍ୟାପକ। ଗୁରୁ ନାଁରେ କଳଙ୍କ। 

ଅଶାଳୀନ ଇଙ୍ଗିତ ସହ ପ୍ରେମଗପ କରୁଥିଲେ

ଫୋନରେ ଅଶ୍ଳୀଳ କଥା କହି ଛାତ୍ରୀଙ୍କୁ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ଏଭଳି ନିର୍ଯାତନାର ଅଡ଼ିଓ ଭାଇରାଲ୍ ପରେ ତାତିଥିଲେ ପିଲା। କ୍ୟାମ୍ପସ ପରିସରରେ ପ୍ରବଳ ହଙ୍ଗାମା କରିଥିଲେ। ରାସ୍ତା ଉପରେ ଆସି ବିକ୍ଷୋଭ କରି ଅଧ୍ୟାପକଙ୍କ ଗିରଫ ଓ ନିଲମ୍ବନ ଦାବି କରିଥିଲେ। ... ଡ୍ରାମା ବିଭାଗ ଅଧ୍ୟାପକଙ୍କ କଳଙ୍କିତ କାଣ୍ଡ ସାମନାକୁ ଆସିବା ପରେ ତୁରନ୍ତ ଆକ୍ସନମୋଡକୁ ଆସିଥିଲା ରାଜ୍ୟ ସଂସ୍କୃତି ବିଭାଗ। 

Advertisment

ନିର୍ଯାତନା ଅଭିଯୋଗରେ ବିଦା ହେଲେ ଅଧ୍ୟାପକ

ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ସମେତ ୩ ଜଣିଆ ଟିମ୍ କ୍ୟାମ୍ପସରେ ପହଞ୍ଚି ଖୋଳତାଡ କରିଥିଲେ। ଆଉ ଅଭିଯୋଗର ସତ୍ୟତା ଥିବା ଜାଣି ତୁରନ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବିଦା କରାଯିବା ସହ କଳା ତାଲିକାଭୁକ୍ତ ବି କରାଯାଇଛି।..ସେପଟେ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି।...

ଗତ ଜୁନରେ ଅତିଥି ଅଧ୍ୟାପକ ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ ଶତ୍ରୁଘ୍ନ ସାମଲ। ହେଲେ ନଟି ସାରଙ୍କ ଏଭଳି କୁତ୍ସିତ କାରନାମା ପାଇଁ ବଦନାମ୍ ହୋଇଛି ପୂରା ମହାବିଦ୍ୟାଳୟ।... 

Advertisment

Arrest Teacher Arrested For Misbehaving With Girl Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ