Advertisment

Sand Mafia Allegedly Attack RI: ବାଲି ମାଫିଆଙ୍କ ବର୍ବରତା; RIଙ୍କୁ ଭୟଙ୍କର ଆକ୍ରମଣ

ଶ୍ରୀରାମପୁର RI ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଚଢ଼ାଉ ବେଳେ ଆକ୍ରମଣ।

RI

RI Photograph: (OTV)

Advertisment

ପୁଣି ବାଲି ମାଫିଆଙ୍କ ବର୍ବରତା। ଦାୟିତ୍ବରେ ଥିବା ଆରଆଇଙ୍କୁ ଆକ୍ରମଣ ଅଭିଯୋଗ। ବାଲେଶ୍ବର ବାଲିଆପାଳ ତହସିଲ ଶ୍ରୀରାମପୁର RI ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣରେଖା ନଦୀର ପାଳପଡା ଠାରେ ବେଆଇନ ବାଲି ଉଠାଣ ଖବର ପାଇ ଶ୍ରୀରାମପୁର ଆରଆଇ ଚଢ଼ାଉ କରିଥିଲେ। 

Advertisment

ଚଢଉ ବେଳେ ବାଲି ମାଫିଆ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଲିଆପାଳ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ। ଅଭିଯୋଗକୁ ଭିତ୍ତି କରି ପୋଲିସର ତଦନ୍ତ କରୁଛି।

RI Sand Mafia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ